News portal website
before header
[URIS id=5393]

ହେ ସରକାର ‘ ଆମକୁ ଜାହିରା ଦିଅ ପାଣି ଦିଅ’!

0 444

ଅଷ୍ଟିନ ନ୍ୟୁଜ୍/ମୟୂରଭଞ୍ଜ

ତା-୦୪-୧୦-୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

ଆଜି କପ୍ତିପଦା ସରକାରୀ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଶତାଧିକ ଆଦିବାସୀ ପୁରୁଷ ,ମହିଳା ଓ ଶିଶୁମାନେ କ୍ରସ ବନ୍ଧ ଓ ଜାହିରା ପାଇଁ ଧାରଣାରେ ବସିଥିଲେ । ରାଜ୍ୟ କିମ୍ବା କେନ୍ଦ୍ର ସରକାର ଆଦିବାସୀମାନଙ୍କ ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କରୁଅଛନ୍ତି ହେଲେ ସେଗୁଡିକ ଠିକାଦାରଙ୍କ ପାଖକୁ ୭୦ଭାଗ ଅର୍ଥ ଯାଉଥିବା ଯୋଗୁଁ ଉନ୍ନୟନ କାର୍ଯ୍ୟ ଠିକ ଭାବରେ ହୋଇ ପାରୁ ନାହିଁ ।

ପଂଚାୟତମାନଙ୍କୁ କୋଟି କୋଟି ଟଙ୍କା ଯାଉଛି , କାର୍ଯ୍ୟ ବି ହେଉଛି ତଥାପି ସୁଫଳ ମିଳୁନାହିଁ ।କପ୍ତିପଦା ବ୍ଲକର ଲାବଣ୍ୟଦେଇପୁର ପଞ୍ଚାୟତରୁ ଆଦିବାସୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସମସ୍ତେ ସ୍ଲୋଗାନ ରେ କହୁଥିଲେ ଆମର ଜାହିରା ଦିଅ ଆମକୁ ପାଣି ଦିଅ।


ହେଲେ ବହୁତ ରାଜସ୍ବ ଗାଁ ଲୋକେ ଉପକୃତ ହେବେ । ସେମାନଙ୍କ ପାଇଁ ଜାହିରା ଯୋଗାଇ ଦେଲେ ଜଙ୍ଗଲ ନିଆଁ ଲଗାଇବା ପାଇଁ ଯିବେ ନାହିଁ ତତସହ ଜଙ୍ଗଲ ଜନ୍ତୁ ଶିକାର କରିବେ ନାହିଁ।କପ୍ତିପଦା ଉପଖଣ୍ଡର ଆଦିବାସୀମାନଙ୍କ ଉନ୍ନତି ପାଇଁ ଆଦିବାସୀ ପ୍ରକଳ୍ପ କାର୍ଯ୍ୟାଳୟ ଅଛି ସେଥିରେ କୋଟି କୋଟି ଖର୍ଚ୍ଚ କରାଯାଉଛି ଆଦିବାସୀ ମାନେ କିପରି ଭଲରେ ବସାବସ କରିବେ।

ହେଲେ ସେହି ବିଭାଗରେ ଅଧିକାଂଶ କାର୍ଯ୍ୟ କଣ୍ଟ୍ରାକ୍ଟରମାନଙ୍କୁ ସନ୍ତୁଷ୍ଟ ପାଇଁ କରାଯାଉଛି।କାର୍ଯ୍ୟ ହେଉଛି ହେଲେ ଫଳ ଶୂନ୍ୟ ପରିକା ଲାଗୁଛି । ଉକ୍ତ ବିଭାଗର ଅଧିକାରୀମାନେ ଇଛା ପ୍ରକାଶ କରିଲେ ବହୁତ ଶୀଘ୍ର କ୍ରସବନ୍ଧ ହୋଇ ପାରନ୍ତା।ଆଜିର ଧାରଣା ପରେ ଉପଜିଲ୍ଲାପାଳ କି ପଦକ୍ଷେପ ନେଉଛନ୍ତି ତାହା ଆଗକୁ ଜଣାପଡିବ ।

Leave A Reply

Your email address will not be published.