ଅଷ୍ଟିନ ନ୍ଯୁଜ ମୟୂରଭଞ୍ଜ

ତା-୦୨-୧୦-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଓ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରଙ୍କ ଜୟନ୍ତୀରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଗୋପବନ୍ଧୁ ମେମୋରିଆଲ ସେବା ଟ୍ରଷ୍ଟ ଓ ମିଳିତ ଓଡିଶା ନିଶାନିବାରଣ ଅନୁଷ୍ଠାନ ତରଫରୁ ଧାରଣା ଦିଆଯାଇଛି । ଉଦଳା ଗୋପବନ୍ଧୁ ମେମୋରିଆଲ ସେବା ଟ୍ରଷ୍ଟର ତରଫରୁ ଉଦଳାଠାରେ ସରକାରୀ ଆୟୁର୍ବେଦ ଚିକିତ୍ସାଳୟର ସ୍ଥାୟି ଗୃହ ନିର୍ମାଣ ତୁରନ୍ତ ନିର୍ମାଣ ପାଇଁ ଦାବି ରଖିଛନ୍ତି । ଏହା ପୂର୍ବରୁ ଉପଜିଲ୍ଲାପାଳଙ୍କ ଠାରେ ଦାବି କରିଥିଲେ ଯଦି ଦାବି ପୁରଣ ନହେଲେ ଗାନ୍ଧୀ ଜୟନ୍ତୀରୁ ଧାରଣା ଦେବେ ବୋଲି ଜଣାଇ ଥିଲେ ।
ସରକାରୀ କଳର ଅଧିକାରୀମାନେ ଗୁରୁତ୍ୱ ନଦେବା ଯୋଗୁଁ ଆଜି ଧାରଣାରେ ବସି ଥିଲେ । ଏହି ଧାରଣାରେ ଉଦଳାରେ ବିଭିନ୍ନ ଅନୁଷ୍ଠାନ ସମର୍ଥନ କରି ଥିଲେ । ଉକ୍ତ ଅନୁଷ୍ଠାନର ସଭାପତି ପ୍ରମିଳା ପଣ୍ଡା ଓ ସମ୍ପାଦକ ବସନ୍ତ ପରିଡ଼ା ,ସୁବ୍ରତ ମହାନ୍ତି ,ଦୀନବନ୍ଧୁ ବାରିକ ଓ ବିଜେପି ଦଳର ବରିଷ୍ଠ ନେତା ପ୍ରଭାତ ପରିଡ଼ା ,ଶରତଚନ୍ଦ୍ର ଦାସ ,ବରିଷ୍ଠ ନାଗରିକ ନରେନ୍ଦ୍ର ରାଉତ ,ଆଇନଜୀବୀ ସତ୍ୟବ୍ରତ ମିଶ୍ର ,ଲେଖିକା ନମିତା ରାଉତ ପ୍ରମୁଖ ଧାରଣାରେ ବସି ଥିଲେ ।
ସେହିପରି ଓଡ଼ିଶା ନିଶା ନିବାରଣ ଅଭିଯାନ ଉଦଳା ଶାଖା ତରଫରୁ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବହୁତ ମହିଳା ଓ ପୁରୁଷମାନେ ସରକାରଙ୍କ ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ ଥିଲେ । ‘ କାନ ଖୋଲି ଶୁଣ ସରକାର ,ମଦ ଆମର ନାହିଁ ଦରକାର ‘ ସ୍ଲୋଗାନ ରେ ଉପଜିଲ୍ଲାପାଳ ଅଫିସ ଆଗରେ ଚାଲିଥିଲା । ଏହି ଅଭିଯାନରେ ମନମୋହନ ମିଶ୍ର ସାମିଲ ଥିଲେ ଏବଂ ସେ କହିଥିଲେ ଗାନ୍ଧିଜୀଙ୍କ ସପ୍ନର ଭାରତରେ ନିଶା ମୁକ୍ତ ପାଇଁ ଗୁରୁତ୍ୱ ଦେଉଥିଲେ ।
ଓଡ଼ିଶାର ସବୁ ଗାଁରେ ସରକାରଙ୍କ ତରଫରୁ ମଦ ଦୋକାନ ଖୋଲିବା ଫଳରେ ପାରିବାରିକ ହିଂସା ବଢିବା ସହିତ ଦରିଦ୍ର ହେଉଛନ୍ତି । ସରକାରଙ୍କ ନିଶା ନିବାରଣ ନକରି ନିଶା କାରବାର ବଢ଼ାଇବା ବନ୍ଦ କରନ୍ତୁ । କପ୍ତିପଦା ଉପଖଣ୍ଡର ବିଭିନ୍ନ ସ୍ଥାନରୁ ୫୦ରୁ ଅଧିକ କର୍ମୀ ଯୋଗ ଦେଇଥିଲେ ।

