News portal website
before header
[URIS id=5393]

ହେମନ୍ତ ସୋରେନଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ ନାୟକ

0 176

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

Notice

ତା-୨୯-୦୯-୨୦୨୧

ଝାଡଖଣ୍ଡ ସରକାର ଓଡିଆ ଭାଷାକୁ ଦ୍ବିତୀୟ ମାନ୍ୟତା ଦେଇଥିବା ବେଳେ ଏହାକୁ ପୁଣି ହଟାଇବାକୁ ନେଇ ପ୍ରତିବାଦ ଜାରି ରହିଛି । ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି ।  ଏହାରି ମଧ୍ୟରେ ବିରୋଧୀ ଦଳର ନେତା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ  ପତ୍ର ଲେଖିଛନ୍ତି। ସେ ଅନୁରୋଧ କରିଛନ୍ତି ଯେ , ଝାରଖଣ୍ଡ ସରକାର ଦ୍ବାରା  ଓଡିଆ ଭାଷାକୁ ସ୍କୁଲ କଲେଜରୁ ଉଛେଦ କରିବା  ନିଷ୍ପତି କୁ ପ୍ରତ୍ୟାହୁତ କରାଯାଉ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏ ନିଷ୍ପତି ଦ୍ବାରା ଝାରଖଣ୍ଡରେ ଓଡିଆ ଭାଷାଭାଷୀ ଅଂଚଳ ଷଢେଇକଳା, ଖରସୁଆଁ, ସିଂହଭୂମି ଆଦିରେ ରହୁଥିବା ଲକ୍ଷ ଲକ୍ଷ ଓଡିଆ ମାନେ ସ୍କୁଲ କଲେଜରେ ଓଡିଆ ଭାଷା ପଢିବାରୁ ବଞ୍ଚିତ ହେବେ । ଆମ ପାଇଁ ଆମ ଭାଷା ସ୍ୱାଭୀମାନର ପ୍ରତୀକ । ସେଠାରେ ରହୁଥିବା ଓଡିଆମାନଙ୍କୁ ସେମାନଙ୍କର ମୁଳ ସଂସ୍କୃତିରୁ ବିଛିନ୍ନ କରିବା ଠିକ୍ ହେବନାହିଁ । ଏହି ନିଷ୍ପତି ଲାଗୁ ହେଲେ ଆଉ କିଛି ବର୍ଷ ପରେ ସେଠାରେ ଓଡିଆ କହିବା ଲୋକ, ଲେଖିବା ଲୋକ ମିଳିବେନି । ଝାରଖଣ୍ଡରେ ଓଡିଆ ଭାଷା ମରିଯିବ ।ଯଦି ଲୋକ ସଂଖ୍ୟା କମ ଥାଇବି ଝାରଖଣ୍ଡରେ ଉର୍ଦ୍ଦୁ ଭାଷାରେ ପାଠ ପଢାଯାଇ ପାରିବ ତାହେଲେ ଓଡିଆରେ କାହିଁକି ନୁହେଁ ? ” 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.