ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୯-୦୯-୨୦୨୧
ପ୍ରକାଶ ପାଇଲା OJEE ରେଜଲ୍ଟ। ଚଳିତ ଥର ମୋଟ ୪୯,୨୭୯ ଜଣଙ୍କୁ ରାଙ୍କ ମିଳିଛି। ତେବେ ଚଳିତ ଥର କରୋନା କଟକଣା ଭିତରେ ୪୯,୩୬୦ ପରୀକ୍ଷାର୍ଥୀ ଓଜେଇଇ ପ୍ରବେଶିକା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୯,୨୭୯ ଜଣଙ୍କୁ ରାଙ୍କ ପାଇଛନ୍ତି। ବି-ଟେକ୍ (ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ ବି.ଫାର୍ମା- ଲକ୍ଷ୍ମୀପ୍ରିୟା ସେନାପତି, MBAରେ ଆଶୁତୋଷ ରଥ ଟପ୍ପର ହୋଇଥିବା ବେଳେ MCAରେ ନିଶିକାନ୍ତ ପରିଡ଼ା, ଏମ.ଫାର୍ମାରେ କେ.ସଞ୍ଜନା ସୁବୁଦ୍ଧି ଟପ୍ପର ହୋଇଛନ୍ତି। ତେବେ ଏଠାରେ ସୂଚନାଯୋଗ୍ୟ ଯେ, www.ojee.nic.inରେ ପରୀକ୍ଷାର୍ଥୀ ରାଙ୍କ କାର୍ଡ ପାଇପାରିବେ ।
ସୂଚନା ମୁତାବକ, ଚଳିତ ମାସ ୬ ରୁ ୧୮ ତାରିଖ ମଧ୍ୟରେ ହୋଇଥିଲା ଓଜେଇଇ ପ୍ରବେଶିକା ପରୀକ୍ଷା । ଯେଉଁଥିରେ ମୋଟ୍ ୪୯ ହଜାର ୩୬୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୯ ହଜାର ୨୭୯ ଜଣଙ୍କୁ ର୍ୟାଙ୍କ ମିଳିଛି। କରୋନା କଟକଣା ମଧ୍ୟରେ ୧୨ ଟି ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା କରାଯାଇଥିଲା।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
