ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୯-୦୯-୨୦୨୧
ଲଟେରି ମାଧ୍ୟମରେ ମଦ କାଉଣ୍ଟର ବଣ୍ଟନ ମାମଲାର ଶୁଣାଣି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଉଚ୍ଚନ୍ୟାୟାଳୟ ମଦ ବ୍ୟବସାୟୀଙ୍କ ଆବେଦନକୁ ଖାରଜ କରିଛନ୍ତି । ତେବେ ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଲଟେରି ମାଧ୍ୟମରେ ମଦ କାଉଣ୍ଟର ବଣ୍ଟନର ବ୍ୟବସ୍ଥା କରିଛନ୍ତି । ମଦ ଦୋକାନ ପାଇଁ ସରକାର ଲଟେରି ବ୍ୟବସ୍ଥା କରିଛନ୍ତି । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କେତେକ ପୁରୁଣା ମଦ ବ୍ୟବସାୟୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ସେମାନଙ୍କ ଆବେଦନ ଖାରଜ କରି ଦେଇଛନ୍ତି। ସରକାରଙ୍କ ନିୟମ ଅନୁସାରେ ମଦ କାଉଣ୍ଟର ଲଟେରିରେ ଭାଗ ନେବାକୁ ୧ ଲକ୍ଷ ଟଙ୍କା ଜମା ଦେବାକୁ ପଡୁଛି। ଯଦି ଲଟେରି ନ ମିଳେ ତେବେ ଟଙ୍କା ଫେରସ୍ତ କରିବାର ବ୍ୟବସ୍ଥା ନାହିଁ । ହାଇକୋର୍ଟରେ ଏ ନେଇ ୨୦ଟି ମାମଲା ରୁଜୁ ହୋଇଥିଲା । କିନ୍ତୁ ହାଇକୋର୍ଟ ସମସ୍ତ ମାମଲାକୁ ଖାରଜ କରିଛନ୍ତି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
