ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୯-୦୯-୨୦୨୧
ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷାରୁ ପ୍ରତ୍ୟାହାରକୁ ନେଇ ରାଜ୍ୟ ରାଜନୀତି ସରଗରମ । ବିଜେପି ବିଧାୟକ ତଥା ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏ ନେଇ ରାଜ୍ୟ ସରକାରଙ୍କୁ କାଠ ଗଡାରେ ଛିଡା କରିଛନ୍ତି। ପ୍ରଦୀପ୍ତ ଟ୍ବିଟ୍ କରି କହିଛନ୍ତି ଯେ, ” ଝାରଖଣ୍ଡ ସରକାର ଏବେ ଓଡିଆ ଭାଷାକୁ ସ୍କୁଲ କଲେଜରୁ ଉଛେଦ କରିବା ନେଇ ନିଷ୍ପତି ନେଇଛନ୍ତି । ଏହା ପ୍ରତିଟି ଓଡିଆଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଖବର । ଏଣିକି ଝାରଖଣ୍ଡରେ ଓଡିଆ ଭାଷାଭାଷୀ ଅଂଚଳ ଷଢେଇକଳା, ଖରସୁଆଁ, ସିଂହଭୂମି ଆଦିରେ ରହୁଥିବା ଲକ୍ଷ ଲକ୍ଷ ଆମ ଓଡିଆ ପିଲାମାନେ ଆଉ ସ୍କୁଲ କଲେଜରେ ଓଡିଆ ଭାଷା ପଢିପାରିବେ ନାହିଁ ।”
୨୦୧୧ ମସିହାରେ ଝାରଖଣ୍ଡରେ ଅର୍ଜୁନ ମୁଣ୍ଡା ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡିଆ ଭାଷା ଦ୍ୱିତୀୟ ରାଜ୍ୟଭାଷାର ମାନ୍ୟତା ପାଇଥିବା ବେଳେ ହଠାତ ୧୦ ବର୍ଷ ପରେ କାହିଁକି ସେହି ରାଜ୍ୟର ସରକାର କାହିଁକି ସେହି ନିଷ୍ପତି ପ୍ରତ୍ୟାହାର କରିଲେ ଏହାର ପ୍ରତିବାଦ ଓଡିଶା ସରକାର କରିବା ଉଚିତ୍ ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
