ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୯-୦୯-୨୦୨୧
ଯୁବପିଢ଼ିଙ୍କୁ ନଷ୍ଟ କରିବାର ବାଟ ଦେଖାଉଛି ସୋସିଆଲ ମିଡିଆ । ଇନଷ୍ଟଗ୍ରାମରେ ଫ୍ରେଣ୍ଡସିପ କରି ଘରୁ ଖସି ପଳାଇଲା ୧୨ ବର୍ଷୀୟ ଛାତ୍ରୀ। ତେବେ ଆଶ୍ବସ୍ତିର କଥା ହେଉଛି ଯେ ଘରୁ ଆସିବାର ୧୦ ଘଣ୍ଟା ଭିତରେ ପୋଲିସ ସମ୍ପୃକ୍ତ ଛାତ୍ରୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜଇପୁର ଅଞ୍ଚଳରୁ।
ଇନଷ୍ଟାଗ୍ରାମରେ ଫ୍ରେଣ୍ଡସିପ୍ କରି ଘରେ ବାପା-ମାଆଙ୍କୁ ନଜଣାଇ ଝିଅ ଏକାକୀ ବସ୍ ଯୋଗେ ବନ୍ଧୁଙ୍କ ପାଖକୁ ଚାଲିଯାଇଥିଲେ । ଘରେ ଝିଅକୁ ନ ପାଇ ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଡିଜିଟାଲ ଟ୍ରାକିଂ କରି ସମ୍ପୃକ୍ତ ଛାତ୍ରୀଙ୍କୁ ଉଦ୍ଧାର କରିଛି । ୧୦ ଘଣ୍ଟା ଭିତରେ କେନ୍ଦୁଝର ସୀମାନ୍ତ ଅଞ୍ଚଳରୁ ଉଦ୍ଧାର କରିଥିଲା ପୋଲିସ ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
