
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଅଣଦେଖା । ଏହାରି ପ୍ରତିବାଦରେ ଝାଡ଼ଖଣ୍ଡରେ ଓଡ଼ିଆ ଭାଷାଭାଷୀଙ୍କ ପକ୍ଷରୁ ଆନ୍ଦୋଳନ ଓ ଦାବି ପ୍ରତି ଦିଆଯାଇଛି । ଷଢ଼େଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓଡ଼ିଆ ଭାଷା ଭାଷୀ । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି। ଝାଡ଼ଖଣ୍ତ ସରକାର ଦାବିଗୁଡ଼ିକ ପୂରଣ ନ କଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଛନ୍ତି।
ତେବେ ଏଠାରେ ସୂଚନା ଥାଉକି ଝାଡ଼ଖଣ୍ତରେ ଓଡ଼ିଆ ଭାଷାକୁ ୨୦୧୧ ମସିହା ସେପ୍ଟେମ୍ବର ୧ ତାରିଖରେ ସରକାର ଦ୍ବିତୀୟ ରାଜ୍ୟଭାଷା ମାନ୍ୟତା ମିଳି ଥିଲା। ତେବେ ୨୦୨୧-୨୨ ଶିକ୍ଷାବର୍ଷରୁ ଏହାକୁ ଉଚ୍ଛେଦ କରିବାପାଇଁ ଝାଡ଼ଖଣ୍ଡ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ୨୦୧୧ ମସିହା ପରଠାରୁ ଓଡ଼ିଶା ସରକାର ବିଚ୍ଛିନ୍ନାଞ୍ଚଳ ପାଇଁ ସହାୟତା ଯୋଗାଉଥିବାବେଳେ ଝାଡ଼ଖଣ୍ତ ସରକାର ଓଡ଼ିଆମାନଙ୍କ ପାଇଁ କୌଣସି ଆଖିଦୃଶିଆ କାର୍ଯ୍ୟ କରୁନାହାନ୍ତି। ଦାବିପତ୍ର ପ୍ରଦାନ ସମୟରେ ଅଶୋକ ଷଡ଼ଙ୍ଗୀ, ମିନାକ୍ଷୀ ପଟ୍ଟନାୟକ, ରୀତାରାଣୀ ନନ୍ଦ, ସବିତା ପଟ୍ଟନାୟକ, ଅଞ୍ଜନ ପଟ୍ଟନାୟକ, ସରୋଜ ପ୍ରଧାନ, ଦୁଃଖୁରାମ ସାହୁ, ଗୋଲକ ପ୍ରଧାନ, ମନୋହରପୁରର ପୂର୍ବତନ ବିଧାୟକ ଗୁରୁଚରଣ ନାଏକ, ପ୍ରଦୀପ କୁମାର ଦାସ, ରାଜୁ ସିଂହଦେଓଙ୍କ ସମେତ ଶତାଧିକ ଓଡ଼ିଆ ଭାଷାଭାଷୀ ଉପସ୍ଥିତ ରହି ଥିଲେ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
