ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୯-୦୯-୨୦୨୧
ଦୁର୍ବଳ ହେଉଛି ମାଓବାଦୀଙ୍କ ଗଡ ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେଥି ମଧ୍ୟରୁ ୭ ଜଣ ମହିଳା ମାଓବାଦୀ ରହିଥିବା ବେଳେ କିସ୍ତାରାମ ଠାରେ ଥିବା ସିଆରପିଏଫର ୨୧୨କୋବ୍ରା ବାଟାଲିଆନ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ତେବେ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀ ମାନେ ବସ୍ତର ଆଇଜି ସୁନ୍ଦରରାଜ ପି, ସୁକୁମା ଏସପି ସୁନିଲ ଶର୍ମା ଓ ସିଆରପିଏଫ କମାଣ୍ଡେଣ୍ଟ ଜେପି ବତାଇଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । ଶତାଧିକ ଗ୍ରାମବାସୀଙ୍କ ସହ ଏମାନେ ସିଆରପିଏଫ କ୍ୟାମ୍ପରେ ପହଞ୍ଚିବା ପରେ ସେଠାରେ ଯବାନ ମାନେ ପ୍ରଥମେ ଆଦିବାସୀ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏହା ପରେ ସେମାନଙ୍କୁ ଖାଇବା ପିଇବା ଦେଇ ଉତ୍ତମ ବ୍ୟବହାର କରିଥିଲେ ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
