News portal website
before header
[URIS id=5393]

୪ରେ ଗଜପତି, ୮ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

0 234

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

Notice

ତା-୨୯-୦୯-୨୦୨୧

ଅକ୍ଟୋବର ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବା ସାଙ୍ଗକୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ୨ ତାରିଖଠାରୁ ମନ୍ତ୍ରୀ, ବିଧାୟକ ମାନେ ସେଠାରେ ଡେରା ପକାଇବେ। ଏହା ପରେ ଅକ୍ଟୋବର ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତରେ ଯିବେବୋଲି ସୂଚନା ମିଳିଛି। ପୂର୍ବରୁ ଅକ୍ଟୋବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ ଚୂଡ଼ାନ୍ତ ହୋଇଥିଲା। ତେବେ ବାତ୍ୟା ଓ ବର୍ଷା ପାଇଁ ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଥିଲା।

ତେବେ ସୂଚନା ଥାଉକି କୋଭିଡ୍‌ ଦ୍ବିତୀୟ ଲହର ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରୁଛନ୍ତି। ମାଲକାନଗିରି‌ ପରେ ସୁନ୍ଦରଗଡ଼ ଓ ବଲାଙ୍ଗୀର ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କରିସାରିଛନ୍ତି। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.