
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୮-୦୯-୨୦୨୧
ଜିଲ୍ଲା ଜିଲ୍ଲା ମଧ୍ୟରେ ସୀମା ବିବାଦ। ଶେଷରେ ଏହି ସୀମା ବିବାଦ କାଳ ସାଜିଲା। ଥାନାର ସୀମା ବିବାଦ ଯୋଗୁଁ ୨୪ ଘଣ୍ଟା ହେବ ଉଦ୍ଧାର ହୋଇପାରୁନି ନବବଧୂର ମୃତଦେହ। ପରିତ୍ୟକ୍ତ ଅବସ୍ଥାରେ ବେଡ୍ରୁମ୍ରେ ଝୁଲୁଛି ନବବଧୂର ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଦୀପପାଳ ଗାଁରେ । ତେବେ ଯେଉଁ ଘରଟିରେ ନବବଧୂର ଶବ ଝୁଲୁଛି ସେଠାରେ ଘରଟି ଅଧା କେନ୍ଦୁଝର ଓ ଅଧା ଯାଜପୁର ଜିଲ୍ଲାରେ ପଡୁଛି। ତେବେ ଏହି ସୀମା ବିବାଦ ଯୋଗୁଁ ମୃତଦେହ ଉଦ୍ଧାର ହେଉନଥିବାରୁ ଉତ୍ତେଜନା ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଗତ ଜୁଲାଇ ମାସରେ ଯାଜପୁର ଜିଲ୍ଲା କୋରେଇ ଥାନା ପୁରୁଷୋତ୍ତମପୁର ବୋଇତେଇଙ୍କ ଝିଅ ହେମଲତାଙ୍କ ସହିତ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁର ବାଇଧର ବାରିକଙ୍କ ପୁଅ ହରିହରଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା। କିନ୍ତୁ ଅଭିଯୋଗ ହୋଇଛି ଯେ ବିବାହ ପରେ ହେମଲତାଙ୍କୁ ଶାଶୂଘର ଲୋକ ନିର୍ଯାତନା ଦେଉଥିଲେ । ହେଲେ ସୀମା ବିବାଦରୁ ଆଜି ମଧ୍ୟାହ୍ନ ହେଲାଣି ଝୁଲନ୍ତା ମୃତଦେହକୁ କଢାଯାଇପାରିନି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
