ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୭-୦୯-୨୦୨୧
ମେସ୍ରୁ ଉଦ୍ଧାର ହେଲା କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ଜଗନ୍ନାଥପୁର ସ୍ଥିତ ଏକ ଘରୋଇ ମେସରୁ । ଏକ ପ୍ରାଇଭେଟ୍ ମେସ୍ ରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ଉଦ୍ଧାର ହୋଇଥିବା ମୃତ ଛାତ୍ରୀ ଜଣଙ୍କ ସାବରଙ୍ଗ ଥାନା ଅଧୀନ ସାହାଡ଼ା ହରିପୁର ଅଞ୍ଚଳର । ତାଙ୍କ ନାମ ହେଉଛି ପୂଜାରାଣୀ ମଲ୍ଲିକ।
ପୂଜାରାଣୀ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ। ଗତ ମାସରୁ ସେ ଜଗନ୍ନାଥପୁରର ପ୍ରାଇଭେଟ୍ ମେସ୍ରେ ଭଡ଼ାରେ ରହୁଥିଲେ। ଗତକାଲି କୌଣସି କାରଣ ଵଶତଃ ନିଜ ରୁମ୍ରେ ଭିତର ପଟୁ କବାଟ ଦେଇ ନିଜ ଓଢ଼ଣୀରେ ଫାଶୀ ଲଗାଇ ଦେଇଥିଲେ। ତେବେ ମେସ୍ ମାଲିକ ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଏହା ଏକ ଲଭ୍ ଆଙ୍ଗେଲ୍।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
