News portal website
before header
[URIS id=5393]

ପିପିଲି ଉପ-ନିର୍ବାଚନ କାର୍ଯ୍ୟରେ ୨୨୦୦ କର୍ମଚାରୀ ନିୟୋଜିତ

0 204

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

Notice

ତା-୨୮-୦୯-୨୦୨୧

ପିପିଲି ଉପ-ନିର୍ବାଚନ ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ସେ କହିଛନ୍ତି ଯେ, କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ୭୨ଘଣ୍ଟା ପୂର୍ବରୁ ଅର୍ଥାତ୍ ଗତକାଲି ସନ୍ଧ୍ୟା ୬ଟାରୁ ସାଇଲେଣ୍ଟ ପିରିୟଡ଼ ଲାଗୁ ହୋଇଛି । ପୁଲିଂ ପାର୍ଟି ପେଣ୍ଠକଟାରେ ରହିଛନ୍ତି । ସେଠୁ ବୁଥକୁ ଯିବେ । ସେପ୍ଟେମ୍ବର ୩୦ ତାରିଖରେ ମତଦାନ ହେବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ମୋଟ୍‌ ୨୦୧ଟି ବୁଥ୍‌କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ତେବେ ଭୋଟରଙ୍କର କୋଭିଡ୍ ଲକ୍ଷଣ ଥିଲେ ମଧ୍ୟ ସେମାନେ ଭୋଟ୍ ଦେବେ। ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। 

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ , ଏହି ଉପନିର୍ବାଚନ ପାଇଁ ସୁରକ୍ଷା ଦୃଷ୍ଟିରୁ ପୁଲିସ୍‌ର ବି ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨ ହଜାର ପୁଲିସ୍ କର୍ମଚାରୀ ଏବଂ ବିଏସ୍‌ଏଫ୍‌ ୩ଟି କମ୍ପାନୀ ମଧ୍ୟ ରହିଛନ୍ତି। ପୁଲିସ୍ କର୍ମଚାରୀଙ୍କ ନେତୃତ୍ୱ ଏସ୍‌ପି ନେଉଛନ୍ତି। ଏଥିପାଇଁ ୩ ଜଣ ଅତିରିକ୍ତ ଏସ୍‌ପି ଓ ୭ ଜଣ ଡିଏସ୍‌ପି ସହଯୋଗ କରୁଛନ୍ତି। ନିର୍ବାଚନ କାର୍ଯ୍ୟରେ ନୟୋଜିତ ରହିବେ ୨୨୦୦ କର୍ମଚାରୀ ନିୟୋଜିତ ରହିବେ । ୨୦୦୦ ହଜାର ପୋଲିସ, ୩୨ଟି ମୋବାଇଲ ପାର୍ଟି ନିୟୋଜିତ ହେବେ । ୪୨୩ ଗାଡ଼ି ନିଆଯାଇଛି ପୁଲିଂ କର୍ମଚାରୀଙ୍କୁ ନେବା ଆଣିବା କାର୍ଯ୍ୟରେ ନିୟୋଜତ ରହିବ । ୩୪୮ ଭିଭିପାଟ ବ୍ୟବହାର ହେବ । 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.