
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡ଼ିଲେ ଅଭିଯୁକ୍ତ । ଆନ୍ଧ୍ରପ୍ରଦେଶ ନାର୍ସିପାଟଣା ଅଞ୍ଚଳରୁ ଭାୟା ଓଡ଼ିଶା ଦେଇ ମଧ୍ୟପ୍ରଦେଶ ଗଞ୍ଜେଇ ଚୋରା ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛନ୍ତି ଦୁର୍ବୁତ୍ତ । ପୁଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହିତ ୪ଜଣଙ୍କୁ ଗିରଫ କରିଛି। ୨ଟି କାର୍ରୁ ପ୍ରାୟ ୨ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିଛି ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ। ଗଞ୍ଜେଇ ମାଫିଆଙ୍କ ଠାରୁ ୭ଟି ମୋବାଇଲ୍ ଫୋନ୍, ଗାଡ଼ି କାଗଜପତ୍ର ଓ ୪ ହଜାର ଟଙ୍କା ଜବତ କରିଛି ପୋଲିସ।
ସୂଚନା ଅନୁସାରେ,ଆନ୍ଧ୍ରପ୍ରଦେଶର ନର୍ସିପାଟଣା ପାଡେର ଅଞ୍ଚଳରୁ ଲମତପୁଟ ରାସ୍ତା ଦେଇ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା କୋରାପୁଟ ଏସ୍ପି ଖବର ପାଇଥିଲେ। ଆଜି ଭୋରରୁ ଆନ୍ଧ୍ରପ୍ରଦେଶରୁ ୨ଟି କାର ଲମତପୁଟ ରାସ୍ତା ଦେଇ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିଲା। ଏହି ସମୟରେ ପୁଲିସ ସଗର ଗାଁ ନିକଟରେ ଗାଡ଼ିଟିକୁ ଅଟକାଇ ୨୦୦କେଜି ଗଞ୍ଜେଇ ଜବତ କରିଥିଲା।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
