ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୭-୦୯-୨୦୨୧
ହୀରାକୁଦ ଜଳଭଣ୍ଡାରରେ ସବୁ ଗେଟ୍ ବନ୍ଦ। ଏ ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ସ୍ଥିତ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ। ତେବେ ଡ୍ଯାମରୁ ଜଳ ନିଷ୍କାସନ ହେବା ପରେ ଜଳସଂପଦ ବିଭାଗ ପକ୍ଷରୁ ଗେଟ୍ ବନ୍ଦ କରାଯାଇଛି। ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଜଳଧାରଣ କ୍ଷମତା ୬୩୦ ଫୁଟ୍ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୨୯.୩୩ ଫୁଟ୍ ରହିଛି।
ମିଳିଥିବା ସୂଚନା ଅନୁସାରେ ଗତ କାଲି ହୀରାକୁଦ ଜଳଭଣ୍ଡାରରୁ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। ଏହା ପରେ ରାତି ସାଢେ ୯ଟା ପରେ ୪ଟି ଗେଟ୍ ବନ୍ଦ କରି ଦିଆଯାଇଥିଲା । ତା ପରେ ଆଉ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା, ରାତି ୯ଟା ସୁଦ୍ଧା ଜଳସ୍ତର ୬୨୯.୨୩ ଫୁଟ୍ ରହିଥିଲା।ତେବେ ହୀରାକୁଦ ଜଳଭଣ୍ଡାରେ ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ଆଜି ସକାଳେ ଆଉ ୨ଟି ଗେଟ୍ ବନ୍ଦ କରାଯାଇଥିଲା। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍ ବନ୍ଦ କରାଯାଇଛି। ଏ ନେଇ ଜଳସଂପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
