
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ଗୋପାଳପୁରର ନିକଟତର ହେଉଛି ସାମୁଦ୍ରିକ ଝଡ଼ ‘ଗୁଲାବ୍’। ଏହା ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ଆଜି ଭୋରରୁ ବର୍ଷା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୧୦୦କିଲୋମିଟର ଦୂରରେ ରହିଛି । ୩ ଘଣ୍ଟା ପୂର୍ବରୁ ବାତ୍ୟା ଗୁଲାବ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଥିବା ନେଇ ସିଇସିର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି।
କାଲିଙ୍ଗାପାଟନମ୍ ଏବଂ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତାଜା ସୂଚନା ଅନୁସାରେ , ସନ୍ଧ୍ୟା ସମୟରେ ଆରମ୍ଭ ହେବ ‘ବାତ୍ୟା ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପ୍ରଭାବରେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିବ । ମଝିରେ ମଝିରେ ୯୫ କିଲୋମିଟର ବେଗରେ ଝଟକା ଅନୁଭୁତ ହେବ ।
ବାତ୍ୟା ପ୍ରଭାବରେ ଗଜପତି ଓ ଗଂଜାମ ଉପରେ ପବନର ବେଗ ଅଧିକ ରହିବ । ଗୋପାଳପୁର ବନ୍ଦର ପାଇଁ ବିପଦ ସଂକେତ ୭ , ପୁରୀ ପାଇଁ ବିପଦ ସଂକେତ ୬ ଓ ପାରାଦ୍ୱୀପ ଏବଂ ଧାମରା ବନ୍ଦର ଗୁଡିକ ପାଇଁ ବିପଦ ସଂକେତ ୩ ଜାରି କାରାଯାଇଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
