
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ଜଳପ୍ରପାତକୁ ଡେଇଁ ପଡ଼ିଲେ ପ୍ରେମୀଯୁଗଳ । ଆଜି ସକାଳୁ ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳପ୍ରପାତରେ । ଜଳପ୍ରପାତ ନିକଟରେ ଗୋଟିଏ ବାଇକ୍, ପୋଷାକପତ୍ର ଓ ଘଣ୍ଟା ଅଛି। ସେମାନେ ଏସବୁ ରଖି ଜଳପ୍ରପାତରେ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ଗାଡ଼ିଟି ଛତିଶଗଡ଼ର ଘରିଆବନ୍ଧ ଜିଲ୍ଲାର ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ଧରମବନ୍ଧା ପୋଲିସ ଓ ନୂଆପଡା ଅଗ୍ନିଶମ ବିଭାଗ ପହଁଚି ଖୋଜାଖୋଜି କରୁଛନ୍ତି । ତେବେ ଉଭୟଙ୍କର କୌଣସି ପତ୍ତା ମିଳିପାରି ନାହିଁ । ଜଳପ୍ରପାତ ଉପରେ ଗୋଟିଏ ଗଛରେ ଏକ ରଶିରେ ଯୁବକଙ୍କ ଡ୍ରେସ,ରୁମାଲ,ଟର୍ଚ୍ଚ ଲାଇଟ ସହ ଏକ ଜରି ପୁଡିଆ ଓ ହାତଲେଖା କିଛି କାଗଜ ରହିଛି । ଗାଡ଼ିଟି ଛତିଶଗଡ଼ର ଘରିଆବନ୍ଧ ଜିଲ୍ଲାର ବୋଲି ଜଣାପଡ଼ିଛି। ଯୁବକ ଯୁବତୀ ମଧ୍ୟ ଛତିଶଗଡ଼ ଗରିଆବନ୍ଧ ଅଞ୍ଚଳର ବୋଲି ଅନୁମାନ କରା ଯାଉଛି । ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ନୂଆପଡା ବିଦେଶୀ ମଦ ଦୋକାନର ମ୍ୟାନେଜର ସମେତ ତିନି କର୍ମଚାରୀ ଗଣେଷ ବିସର୍ଜନ କରିବାକୁ ଯାଇ ପାଣିରେ ବୁଡି ମ୍ରୁତ୍ୟୁବରଣ କରିଥିଲେ
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
