ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୬-୦୯-୨୦୨୧
ଆସନ୍ତାକାଲି ଭାରତ ବନ୍ଦ। ‘ଭାରତ ବନ୍ଦ’କୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପାଇଁ ସବୁ ଜିଲ୍ଲାରେ ପୁଲିସକୁ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଭାରତ ବନ୍ଦ ଯୋଗୁ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହେବା ସହ ଦୋକାନ ବଜାର ବନ୍ଦ ରହିବ। ତେଣୁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ନିଜର ଅଫିସ୍ ଟାଇମର ବହୁ ପୂର୍ବରୁ ଅଫିସ୍ ଆସିବା ନିମନ୍ତେ ସରକାର ପରାମର୍ଶ ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ଶ୍ରମ ନୀତିକୁ ବିରୋଧ ସମେତ କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ବିଲ ବିରୋଧରେ ସେପ୍ଟେମ୍ବର ୨୭ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ। ଏହାକୁ କଂଗ୍ରେସ ସମେତ ୭ଟି ରାଜନୈତିକ ଦଳ ଏବଂ ବହୁ ଶ୍ରମିକ ସଂଗଠନ ସମର୍ଥନ କରିଛି । ‘ଭାରତ ବନ୍ଦ’ର ବିଶେଷ ପ୍ରଭାବ ଟୁଇନ୍ ସିଟିରେ ଅନୁଭୂତ ହେବାର ଆଶଙ୍କା ରହିଛି ବୋଲି ଗୁଇନ୍ଦା ରିପୋର୍ଟରୁ ସୂଚନା ମିଳିଛି। ବିଶେଷକରି ସିପିଆଇ କର୍ମକର୍ତ୍ତାମାନଙ୍କ ଦ୍ୱାରା ଭୁବନେଶ୍ୱରରେ ଟ୍ରେନ ଚଳାଚଳ ପ୍ରଭାବିତ ହେବା ଏବଂ କଂଗ୍ରେସ ପକ୍ଷରୁ ମଧ୍ୟ ସହରରେ ମୋଟର ବାଇକ ର୍ୟାଲି ଓ ଧାରଣା ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
