News portal website
before header
[URIS id=5393]

ଆଦିବାସୀ ଅଞ୍ଚଳରେ ରକ୍ତଦାନ ଶିବିର ଅନୁଷ୍ଠିତ ।

0 270

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ

Notice

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

ଏହି କିଛିଦିନ ହେବ ଉଦଳା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହୁଛି ।ଆଜି କପ୍ତିପଦା ବ୍ଲକର ଲାବଣ୍ୟଦେଇପୁର ପଂଚାୟତର କଟୁରିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

କଟୁରିଆ ଅଞ୍ଚଳରେ ଆଦିବାସୀ ମାନେ ବାସ କରନ୍ତି।ସେଠାରେ ସମାଜସେବୀ ରବୀନ୍ଦ୍ର ଲେଙ୍କା ଆଦିବାସୀମାନଙ୍କୁ ରକ୍ତଦାନର ପୁଣ୍ୟ ସମ୍ପର୍କରେ ବୁଝାଇବା ଫଳରେ ଆଜି ଆଦିବାସୀ ପୁରୁଷ ଓ ମହିଳାମାନେ ରକ୍ତ ଦାନ କରିବାକୁ ଆଗ୍ରହ ଦେଖାଇଥିଲେ ଏବଂ ୪୫ୟୁନିଟ ରକ୍ତ ସଂଗ୍ରହ ହୋଇ ପାରିଥିଲା ।

ରକ୍ତ ସଂଗ୍ରହ କାର୍ଯ୍ୟକ୍ରମରେ ଉଦଳା ବ୍ଲଡ ବ୍ୟାଙ୍କର ଡାକ୍ତର ଖଗେଶ୍ୱର ସିଂ ,କର୍ମଚାରୀ କମଳ କୁମାର ନାୟକ ,ଅଶୋକ ଆଚାର୍ଯ୍ୟ ,ମାନସ ରଞ୍ଜନ ମହାନ୍ତି ଓ ପ୍ରକାଶ କୁମାର ପଣ୍ଡା ଏବଂ ଓଡ଼ିଶା ମୋ ପରିବାର ତରଫରୁ ଅମୀୟ କୁମାର ବଳ ଓ ଆଦିବାସୀ ଗଣମାଧ୍ୟମ ପ୍ରତିନିଧି ଅଷ୍ଟିନ୍ ନ୍ଯୁଜର ପ୍ରତିନିଧି ଜଗବନ୍ଧୁ ପ୍ରଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.