News portal website
before header
[URIS id=5393]

ବାଲିମାଫିଆଙ୍କ “ନନା” ଧମକରେ ପ୍ରଶାସନ ଥରହର;ଧସିଲା ବାଲିକୁଦା ପୋଲ!

0 2,138

ବାରମ୍ବାର ଖବର ପ୍ରସାରଣ ପରେ ଚେତିଲାନି ପ୍ରଶାସନ;ହଜାର ହଜାର ଲୋକ ଗମନାଗମନରେ ଦୁର୍ଦ୍ଦଶା!

Notice

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୧୩-୦୯-୨୦୨୧

ଯାଜପୁର ଜିଲ୍ଲା,ବଡଚଣା ବ୍ଲକ,ସାଉଡିଆ ପଞ୍ଚାୟତ ବାଲିକୁଦା ବାଲିଘାଟର, ଶୋଚନୀୟ ପରିସ୍ଥିତି।ଦୈନିକ ହଜାର ହଜାର ବାଲି ଗାଡି, ବାଲିକୁଦା ବ୍ରିଜଦେଇ ଚୋରା ଚାଲଣ ହେଉଥିବା ବ୍ରିଜ ଆଜି ସନ୍ଧ୍ଯାରେ ଧସେଇ ଯାଇଛି।

ସାଧାରଣତଃ ଲୋକେ ବର୍ଷାକୁ ଦାୟୀ କରୁଥିବା ବେଳେ;ବୁଦ୍ଧିଜୀବୀ ମାନେ ପ୍ରଶାସନ, ଓ ସ୍ଥାନୀୟ ଲୋକଙ୍କୁ ଦାୟୀ କରିଛନ୍ତି।ପୂର୍ବରୁ ସେହି ସ୍ଥାନରେ ଏକ ବିରାଟ ଗର୍ତ୍ତ ମଧ୍ଯ ହୋଇଥିଲା। ଏହା ବାଦ ସେହି ବ୍ରିଜର ବାଡ ମଧ୍ଯ ଭାଙ୍ଗି ଚୁରମାର୍ ହୋଇଯାଇଥିଲା। ବିଶେଷ କରି ବୌଦ୍ଧ ଐତିହ୍ୟ ରତ୍ନଗିରିକୁ ସେତୁ ସଂଯୋଗ କରୁଥିବା ବେଳେ, ଏ ଚିତ୍ର ପ୍ରଶାସନର ଅବହେଳା ପଦାରେ ପକାଇଛି।

ଅଷ୍ଟିନ୍ ନ୍ଯୁଜ ଏନେଇ ବାରମ୍ବାର ଖବର ପ୍ରସାରଣ କରିଥିଲେ ମଧ୍ଯ ସ୍ଥାନୀୟ ପ୍ରଶାସନ ମାମୁଲି ଓ୍ବେବ-ଚ୍ଯାନେଲ ମନେକରି ଖବର ଓପରେ ଗୁରୁତ୍ବ ଦିଅନ୍ତି ନାହିଁ।ପ୍ରଭାବଶାଳୀ “ନନା “ଙ୍କ ନାମ ଶୁଣି ଥରହରର ପରିଣାମ ଆଜି ହଜାର ହଜାର ଲୋକ ଭୋଗୁଛନ୍ତି। ସିଧାସଳଖ ଭାବେ ଜଳସମ୍ପଦ ବିଭାଗ ଏବଂ ପିଡବ୍ଲୁଡି ବିଭାଗର ନିୟମକୁ ଉଲ୍ଲଘଂନ କରିଛନ୍ତି ବାଲି ମାଫିଆ ହେଲେ ପ୍ରଶାସନ ନୀରବ।

ଏହି ବାଲିକୁଦା ବ୍ରିଜକୁ ଲାଗି ରେଜିଷ୍ଟେସନ ବାଲିକୁଦା ବଜାର ଥିଲେ ମଧ୍ୟ ସଂଖ୍ଯା ଲଘୁ ସଂପ୍ରଦାୟକୁ ଭୟ କରି ବଜାର ବାସୀ ଏକଦମ ଚୁପ, ଦିନକୁ ଦିନ ବାଲି ମାଫିଆ ଅରାଜକତା ବଢାଇଚାଲୁଥିବା ବେଳେ ଆଜି ଲଗାତର ବର୍ଷାରେ ଦୁର୍ବଳ ଥିବା ବାଲିକୁଦା ବ୍ରିଜର ଶେଷ ଖୁଣ୍ଟର ଓପର ଅର୍ଥାତ୍ ଯେଉଁ ସ୍ଥାନ ରାସ୍ତାକୁ ସଂଯୋଗ କରିଛି, ରାସ୍ତାର ଷାଠିଏ ପ୍ରତିଶତ ଧସିଯାଇଛି। ସେହି ଖୁଣ୍ଟ ମୂଳ ସମ୍ପୂର୍ଣ୍ଣ ନଦୀ ଗର୍ଭରେ ମିଶିଯିବ ବୋଲି ଆକଳନ କରାଯାଉଛି।

ବାଲିମାଫିଆଙ୍କ ଅପ୍ରତ୍ୟାଶିତ ରାଜୁତିରେ ପ୍ରୋତ୍ସାହନ ଦେଉଥିବା ପ୍ରଶାସନ ଆଗାମୀ ଦିନରେ ଭୟଭୀତ ହୋଇ ରହିବ ନା ସମ୍ପୂର୍ଣ୍ଣ ବ୍ରିଜ ଭାଙ୍ଗିବାକୁ ସୁଯୋଗ ଦେବ ଦେଖିବାକୁ ବାକି ରହିଲା।

ଖବର ଲେଖା ବେଳକୁ ସମାଜ ସେବୀ ,ସମରେନ୍ଦ୍ର ମହାନ୍ତି ସ୍ଥାନୀୟ ଅଞ୍ଚଳର( ବାଓ୍ବା ବାବୁ )ଘଟଣା ସ୍ଥଳରେ ପହଞ୍ଚି ,ସ୍ଥାନକୁ ବିପଦ ଅଞ୍ଚଳ ବୋଲି ଦର୍ଶାଇ ଚାରିପଟ ଘେରାଉ କରିଛନ୍ତି।

Leave A Reply

Your email address will not be published.