ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୧୩-୦୯-୨୦୨୧
ଅଙ୍ଗନବାଡ଼ି ଦିଦିଙ୍କୁ ପ୍ରେମ ନିବେଦନ କରିବା ମହଙ୍ଗା ପଡିଛି।କେବଳ ପ୍ରେମ ନିବେଦନ ନୁହେଁ ବୟସ୍କ ବ୍ୟକ୍ତି ଜଣକ ଅଶ୍ଲୀଳ ଇଙ୍ଗିତ କରୁଥିବା ନେଇ କୋରେଇ ଥାନାରେ ଅଭିଯୋଗ କରିଛନ୍ତି ଅଙ୍ଗନବାଡ଼ି ଦିଦି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ୨୫୨/୨୧ରେ ରୁଜୁ କରି ଅଭିଯୁକ୍ତକୁ ନୋଟିସ୍ରେ ଛାଡ଼ି ଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, କୋରେଇ ଥାନା ଅନ୍ଧାରୀ ପଞ୍ଚାୟତ କିଆପଦା ଗ୍ରାମର ଅକ୍ଷୟ ଦାସ(୫୭) ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ମୋବାଇଲରେ ପ୍ରେମ ନିବେଦନ କରିବା ସହିତ ଅଶ୍ଳୀଳ ଇଙ୍ଗିତ କରି ନାନାଦି ହଇରାଣ କରୁଥିଲେ।
ପୂର୍ବରୁ ମଧ୍ୟ ଶ୍ରୀ ଦାସ ଅଙ୍ଗନବାଡ଼ି କର୍ମୀଙ୍କୁ ହଇରାଣ କରିବା ସହିତ ଧମକଚମକ ଦେଉଥିଲେ ।ଏଥିରେ ଅତିଷ୍ଠ ହୋଇ ମହିଳା ଜଣଙ୍କ କୋରେଇ ଥାନାରେ ଅକ୍ଷୟଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ଥାନାଧିକାରୀ ରଞ୍ଜିତ ମହାନ୍ତି ସୂଚନା ଦେଇଥିବା ବେଳେ ନ୍ୟାୟ ନମିଳିଲେ ମହିଳା ଆତ୍ମହତ୍ୟା କରିବା ନେଇ ଚେତାବନୀ ଦେଇଥିବା ଜଣାପଡ଼ିଛି ।
