ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତାରିଖ-୦୬-୦୯-୨୦୨୧
ଆପଣ ମାନେ ଏଭଳି, ହେଡଲାଇନ ଦେଖି ସିନ୍ଧୁ ନନ୍ଦିନୀ କିଏ ନିଶ୍ଚିତ ଭାବେ ଜାଣିବାକୁ ଆଗ୍ରହୀ ହେବେଣି।ହଁ ଆଜ୍ଞା ଭାରତର ପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ଇନ୍ଦରା ଗାନ୍ଧୀ ପରେ ମଧ୍ଯ ଅନେକ ଆଇରନ ଲେଡି ଜନ୍ମ ହୋଇଛନ୍ତି। ସେଭଳି ଏକ ପ୍ରତିଭା ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳର ସୋଲର ଗ୍ରାମର ସିନ୍ଧୁ ନନ୍ଦିନୀ ସ୍ବାଇଁ ଅଟନ୍ତି।
୧୯୯୫ ମସିହା ସେପ୍ଟେମ୍ବର ଛଅରେ ସୋଲର ଗ୍ରାମର ଜନ୍ମ ନନ୍ଦିନୀ ଙ୍କ ଜନ୍ମ।ପିତା- ଅକ୍ଷୟ କୁମାର ସ୍ୱାଇଁ ଓ ମାଆ- ବିଜୟା ଲକ୍ଷ୍ମୀ ସ୍ୱାଇଁଙ୍କ ଝିଅ ସିନ୍ଧୁ ନନ୍ଦିନୀ ଅଟନ୍ତି।

ପିଲାବେଳୁ ସମାଜ ପାଇଁ କିଛି ନା କିଛି କାମ କରେ ବୋଲି ବାପା ଅକ୍ଷୟ କହନ୍ତି।ସିନ୍ଧୁ ନନ୍ଦିନୀଙ୍କ ଡାକ ନାମ ସିନ୍ଧୁ ହୋଇଥିବା ବେଳେ ବାପା ମାଆ ଶ୍ରଦ୍ଧାରେ ନନ୍ଦିନୀ ଡାକନ୍ତି।ତାଙ୍କର ନିକଟ ଗ୍ରାମର ଗଢ଼ି ଉଠିଥିବା ଜରାଶ୍ରମର ଦାୟିତ୍ୱ ବୁଝନ୍ତି।ନନ୍ଦିନୀ ପେସାରେ ଅଧ୍ଯାପିକା ହୋଇଥିଲେ ମଧ୍ଯ ନିଶାରେ ସମାଜସେବୀ ଅଟନ୍ତି।
ଆଜିର ପବିତ୍ର ତିଥିରେ ନୂଆ ଆଲୋକ ପରିବାର ତରଫରୁ ଜଗବନ୍ଧୁ ସାହୁ, ବିକାଶ କୁମାର ମହାନ୍ତି, ସନାତନ ବରାଳ, ଶରତ ଚନ୍ଦ୍ର ଜେନାଙ୍କ ସମେତ ଅନେକ ହିତାଙ୍କାକ୍ଷୀ ଶୁଭେଚ୍ଛା ଜଣାଇଛନ୍ତି।


