News portal website
before header
[URIS id=5393]

ନବୀନଙ୍କ ମହିଳାବ୍ରାଣ୍ଡର କୋଭିଡ ଉଲ୍ଲଘଂନ!

0 581

ରାଜ୍ଯ ସରକାରଙ୍କ ଅନ୍ୟ ଏକ ଦ୍ରୁମତମ ଭୋଟ ବ୍ଯାଙ୍କ ଏବଂ ନବୀନଙ୍କ ବ୍ରାଣ୍ଡ ମହିଳା ଶକ୍ତିର କୋଭିଡ ଉଲ୍ଲଘଂନ!

Notice

ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର

ତା-୦୩-୦୯-୨୦୨୧

ରାଜ୍ଯ ସରକାର ରାଜ୍ଯରେ କରୋନା କଟକଣା କୋହଳ କରୁଛନ୍ତି।ସମ୍ପୂର୍ଣ୍ଣ ଅନଲକ ହେଇନି ଓଡ଼ିଶା,ରାଜ୍ଯ ସରକାର ,ଏସଆରସି, ଡିଏମଇଟି ଏବଂ ହୁ କତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା କରୋନାକୁ ନେଇ ଚିନ୍ତା ପ୍ରକଟ କରୁଥିବା ବେଳେ, ନିୟମ ଉଲ୍ଲଘଂନ କରିଛି ରାଜ୍ଯ ସରକାରଙ୍କ ଅନ୍ୟ ଏକ ଦ୍ରୁମତମ ଭୋଟ ବ୍ଯାଙ୍କ ଏବଂ ନବୀନଙ୍କ ବ୍ରାଣ୍ଡ ମହିଳା ଶକ୍ତି।

ଜବରଦସ୍ତ ଢଙ୍ଗରେ ସର୍ବସାଧାରଣରେ ନିୟମ ଉଲ୍ଲଘଂନ କରିଛି!ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ମିଶନ ଶକ୍ତି ଟିମରେ। ଆଜି ଅପରାହ୍ନରେ ବରପଦା ଠାରେ ମିଶନ ଶକ୍ତିର,ଏକ ସମାବେଶରେ ଶହ ଶହ ମହିଳା ସର୍ବସାଧାରଣରେ ଏକଜୁଟ ହୋଇ ଭଙ୍ଗ କରିଛନ୍ତି କରୋନା ନିୟମ।ସବୁଠାରୁ ବଡ କଥା ହେଉଛି ଉକ୍ତ ସମାବେଶରେ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ମଧ୍ଯ,ତିଳେ ମାତ୍ର ଏ ଦିଗ ପ୍ରତି ଧ୍ଯାନ ଦେଇ ନାହାଁନ୍ତି।

ତେବେ ସର୍ବସାଧାରଣରେ ପ୍ରଶ୍ନ?

୧.କେବଳ ନିୟମ କ’ଣ ସାଧାରଣ ଜନତାଙ୍କ ପାଇଁ,ଫାଇନ ଆଦାୟ କରିବ ପ୍ରଶାସନ?

୨.ଏହି ସମାବେଶ ପାଇଁ ଆବଶ୍ଯକୀୟ ଅନୁମତି ମିଳିଥିଲା କି?

୩.ଉକ୍ତ ସମାବେଶରେ ଯୋଗ ଦେଇଥିବା ମହିଳାଙ୍କ ମଧ୍ଯରେ ସାମାଜିକ ଦୂରତା ନ ଥିଲା ବେଳେ,କାହାରି ମୁହଁରେ ମାଷ୍କ ନାହିଁ!

୪.ଉକ୍ତ ସମାବେଶରେ ଯୋଗ ଦେଇଥିବା ମହିଳାଙ୍କ ମଧ୍ଯରେ ଅଧିକାଂଶ ବରିଷ୍ଠ ନାଗରିକ ଥିବା ବେଳେ, ସମସ୍ତେ କରୋନା ଟୀକା ନେଇଛନ୍ତି କି?

୫.ଯେଉଁ ଶକ୍ତି ମାଧ୍ୟମରେ ସରକାର କୋଟି କୋଟି ଟଙ୍କା ଅନୁଦାନ କରି, କରୋନା ସଚେତନତା କରାଇଲେ କେଉଁ ପରିସ୍ଥିତିରେ ନିଜର ଅବଦାନ ଭୁଲିଗଲା ମହିଳା ଶକ୍ତି?

୬.ବିଧାନସଭାରେ ଯୋଗ ଦେବା ପାଇଁ ବିଧାୟକ,ବିଧାୟିକା, କର୍ମଚାରୀ ଏବଂ ସାମ୍ବାଦିକ ମାନେ କରୋନ ଟେଷ୍ଟ କରାଇବା ସହ କରୋନା ନିୟମ ପାଳୁଥିବା ବେଳେ କେଉଁ ପରିସ୍ଥିତିରେ ବେପାରୁଆ ଢଙ୍ଗରେ ଏଭଳି ସମାବେଶର ଆୟୋଜନ କରାଗଲା?

୭.ଘଟଣା ସମ୍ବନ୍ଧରେ ସ୍ଥାନୀୟ ପ୍ରଶାସନ କେତେଦୂର ଅବଗତ?

୮.ଆଜିର ଏ ସମାବେଶ ପରେ କରୋନା ବ୍ଯାପିବ ନାହିଁ ବୋଲି ଏହାର ପ୍ରତିଶ୍ରୁତି କିଏ ଦେବ?

Leave A Reply

Your email address will not be published.