News portal website
before header
[URIS id=5393]

କ୍ରାଇମବ୍ରାଞ୍ଚର ବିଦ୍ୟାଭାରତୀକୁ ଜେରା ପରେ;ଦୋଷୀ ଧରା ପଡିବ ତ?

0 269

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ

Notice

ତା-୦୩-୦୯-୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

କପ୍ତିପଦା ନିକଟସ୍ଥ ଗୌଡ଼ଗାଁରେ ଗତକାଲି ଓଡ଼ିଶା କ୍ରାଇମବ୍ରାଞ୍ଚର ଏକ ଦଳ ଆସିଥିଲେ ଯେଉଁଥିରେ ୫ଜଣ ଅଧିକାରୀ ଥିଲେ।ଏସିଏଫ ସୌମ୍ୟର ମୃତ୍ୟୁ ରହସ୍ୟର ସଠିକ ତଥ୍ୟ ଏପର୍ଯ୍ୟନ୍ତ ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ନା ଅଧିକ ତଦନ୍ତର ଆବଶ୍ୟକତା ଅଛି ଏହାକୁ ନେଇ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଉଛି!ଗଣମାଧ୍ୟମମାନଙ୍କର ତୁହାକୁ ତୁହା ସୌମ୍ୟଙ୍କର ମୃତ୍ୟୁ ଖବର ପ୍ରସାରିତକୁ ନେଇ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି ଦୋଷୀ କେବେ ଧରା ପଡିବ?

ଘଟଣା ପରଠାରୁ ପୋଲିସ ତଦନ୍ତ ପାରଳାଖେମୁଣ୍ଡିର ଏସପି ମୁଖ୍ୟ ରୂପେ ଘଟଣାର ଛାନଭିନ ଚଳାଇଥିଲେ,ପରବର୍ତ୍ତୀ ସମୟରେ ଚାକିରୀରୁ ଅବସର ନେଇଛନ୍ତି ହେଲେ କିଛି କାର୍ଯ୍ୟାନୁଷ୍ଠାନ ନେଇ ପାରିଲେ ନାହିଁ । ଏହାପରେ ତଦନ୍ତ ଦାୟିତ୍ବ ଓଡ଼ିଶା କ୍ରାଇମବ୍ରାଞ୍ଚ ନେଇଛି କିନ୍ତୁ ତଦନ୍ତର ଅଗ୍ରଗତି ହୋଇଛି ନା ନାହିଁ ତାହା ସୌମ୍ୟଙ୍କ ପରିବାରର ବର୍ତ୍ତମାନ ପ୍ରଶ୍ନ?

ପରିବାରର ଲୋକମାନେ କାନ୍ଦି କାନ୍ଦି ଯେତେ ଅଭିଯୋଗ କଲେବି ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ନୀରବ ରହିବା ସମସ୍ତଙ୍କୁ ଚକିତ କରିଛି। ପୋଲିସ ବିଦ୍ୟାଭାରତୀ ଘରକୁ ଆସି ଜେରା କରିବା ଏବଂ ଅନେକ ପ୍ରଶ୍ନ ପଚାରି ଥିଲେ ମଧ୍ଯ,ସନ୍ତୋଷ ଜନକ ଉତ୍ତର ମିଳିପାରି ନ ଥିଲା।

ଗତକାଲି କ୍ରାଇମବ୍ରାଞ୍ଚ ଅନେକ ପ୍ରଶ୍ନ ପଚାରିଥିଲା!ଦୀର୍ଘ ୬ ଘଣ୍ଟା ଧରି ଜେରା କରିଥିଲେ ମଧ୍ଯ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ ନୀରବ ଥିଲା।

ସୌମ୍ୟଙ୍କ ପରିବାର ମାନସିକ ଚାପ ଭିତରେ ରହୁଛନ୍ତି।ଅନେକ ସତ୍ୟ ତଥ୍ୟ ପୋଲିସ ଓ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି,ତଥାପି ତଦନ୍ତ ଚାଲିଛି।ହେଲେ ପରିବାରକୁ ଉପଯୁକ୍ତ ନ୍ୟାୟ ମିଳିବ ନା ମିଳିବ ନାହିଁ ଏହାକୁ ନେଇ ସାଧାରଣରେ ପ୍ରଶ୍ନ?

Leave A Reply

Your email address will not be published.