ଅଷ୍ଟିନ ନ୍ୟୁଜ/ମୟୂରଭଞ୍ଜ

ତା-୩୧-୦୮-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଆଦିବାସୀମାନଙ୍କର ପୂଜା ପୀଠକୁ ନେଇ ସରକାରୀ ସାହାଯ୍ୟ ଠାରୁ ଆରମ୍ଭ କରି ବନବିଭାଗ ତରଫରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଜାହିରା ପାଇଁ ଆସୁଛି।ଏହି କିଛି ମାସ ପୂର୍ବରୁ ଉଦଳା ବ୍ଲକ ଖଲାଡି ପଞ୍ଚାୟତ ର ଶିରିପୁର ଠାରେ ଆଦିବାସୀ ମାନଙ୍କର ବହୁ ପୁରାତନ ଜାହିରା ପୀଠକୁ ସେଠାକାର କିଛି ଅସମାଜିକ ବ୍ୟକ୍ତିମାନେ ପୀଠକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ।ସେଠାରେ ଥିବା ଠାକୁର ଓ ଘୋଡ଼ା ହାତୀ କୁ ନଷ୍ଟ କରି ଦେଇଛନ୍ତି।ଏନେଇ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କିଛି କାର୍ଯନୁଷ୍ଠାନ ନେଇ ନାହିଁ।

ଏପରିକି ସେମାନଙ୍କ ଦାବିକୁ ଗୁରୁତ୍ୱ ନ ଦେବା ଫଳରେ ଆଜି ମୟୂରଭଞ୍ଜ ବନ୍ଦ ପାଇଁ ଆଦିବାସୀ ମାନେ ଏକଜୁଟ ହୋଇଥିବାର ଦେଖିବାକୁ ମିଳିଛି।ଆଜି ଉଦଳା ବଜାର ୧୨ଘଣ୍ଟା ବନ୍ଦ ଥିବାରୁ ଉଦଳାର ବ୍ୟବସାୟୀ ଅନୁଷ୍ଠାନ , ଦୋକାନ ,ବ୍ୟାଙ୍କ ,ସରକାରୀ କାର୍ଯ୍ୟାଳୟ , ସ୍କୁଲ କଲେଜ ଓ ଗମନାଗମନ ସବୁ ଠପ ହୋଇଛି।କେବଳ ଔଷଧ ଦୋକାନ , ଜନସେବା କେନ୍ଦ୍ର ଓ ଦୁଇ ଚକିଆ ଯାନବାହନ ଚଳାଚଳକୁ ଛାଡିଛନ୍ତି।
ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଆଦିବାସୀମାନେ ସେମାନଙ୍କ ଭାଷାରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ବଜାରଘାଟ ବନ୍ଦ କରିଛନ୍ତି।ସରକାରଙ୍କ ତରଫରୁ ସେମାନଙ୍କ ସହିତ ଆଲୋଚନା କରାଯିବାର ନଜର ଆସି ନାହିଁ।ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସେମାନଙ୍କ ତରଫରୁ ଜଣାପଡିଛି।

