News portal website
before header
[URIS id=5393]

କେନ୍ଦ୍ରୀୟ ବିଦ୍ୟାଳୟ ହେବ ନିଶ୍ଚିତ,କଲେଜ ଅଧ୍ୟାପକଙ୍କର ଟିମରେ ମିଶିବାର ରହସ୍ୟ କଣ ?

0 361

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ

ତା-୨୯-୦୮-୨୦୨୧

ଉଦଳା-ଜଗବନ୍ଧୁ ପ୍ରଧାନ

କପ୍ତିପଦା ଉପଖଣ୍ଡରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ବାଟ ନିଶ୍ଚିତ ହୋଇଯାଇଛି।ଯଦିଓ ଏହି ବିଦ୍ୟାଳୟ ଖୋଲିବା ପାଇଁ କିଛି ଅସୁବିଧା ଥିଲା ତାହା ଦୂର ହୋଇଯାଇଛି।ବିଶେଷ କରି କେନ୍ଦ୍ର ସରକାରଙ୍କର ନୂଆ ମନ୍ତ୍ରୀମଣ୍ଡଳରେ ମାନ୍ୟବର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗର ଦାୟିତ୍ୱ ମିଳିବା ପରେ ଉଦଳାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ବାଟ ବେଶ ଉନ୍ମୁକ୍ତ ଅଟେ।

ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଏ ବାବଦରେ ହସ୍ତକ୍ଷେପ କରିଥିଲେ।ଏହି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ବିଜେପିର ଯୁବ ନେତା ତଥା ପୂର୍ବତନ ଚେୟାରମେନ ସୌଭାଗ୍ୟ କୁମାର ସାହୁ ଜୋରଦାର ଚେଷ୍ଟା ଚଳାଇଛନ୍ତି।ଏକ ଟିମ କେନ୍ଦ୍ରୀୟ ବିଦ୍ୟାଳୟ ଯେଉଁଠାରେ ହେବ ସେ ସ୍ଥାନ ପରିଦର୍ଶନ କରିବା ସହ ସନ୍ତୋଷ ଜନକ ଉତ୍ତର ରଖିଥିଲେ।

ଏହି ଟିମରେ ମୟୁରଭଞ୍ଜର ଏଡ଼ିଏମ,କେନ୍ଦ୍ରୀୟ ବିଦ୍ୟାଳୟ ସମିତି ଜୋନାଲ କମିଶନର ଏ. ଜ୍ୟୋତି କୁମାର, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଦାମୋଦର ପ୍ରଧାନ, କେନ୍ଦ୍ରୀୟ ବିଦ୍ୟାଳୟ ବାରିପଦାର ଅଧ୍ୟକ୍ଷ, ଉଦଳା ତହସିଲଦାର ମଧୁସ୍ମିତା ହେମ୍ବ୍ରମ ସହିତ ଉଦଳା ଏନଏସିର ପୂର୍ବତନ ଅଧ୍ୟକ୍ଷ ସୌଭାଗ୍ୟ କୁମାର ସାହୁ ପରିଦର୍ଶନରେ ସାମିଲ ଥିଲେ।

ଏ ସମ୍ପର୍କରେ କଲେଜର ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଲେ ଅଧ୍ୟାପକ ରୁପେଶ କୁମାର ମହାପାତ୍ର ବିଳମ୍ବରେ ଆସିବେ ବୋଲି ତାଙ୍କୁ ଜଣାଇଥିଲେ।ଅଧ୍ୟକ୍ଷ ତାଙ୍କୁ କାରଣ ପଚାରିବାରୁ ସେ କହିଲେ ଆଜି ଯେଉଁ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଟିମ ଆସୁଛି ସେଥିରେ ସେ ଯୋଗ ଦେବେ।ଏଠାରେ ପ୍ରଶ୍ନ ଉଠୁଛି ସେ କଲେଜରୁ ଏହି ଟିମରେ ସାମିଲ ହେବା ପାଇଁ ସେ କ’ଣ କହି ଛୁଟି ଦରଖାସ୍ତ ଦେଇଥିଲେ ନା ସେ କଲେଜରେ ଉପସ୍ଥାନ ଦେଖାଇ ଦୀର୍ଘ ସମୟ ଏହି ଟିମରେ ସାମିଲ ହୋଇ ବୁଲୁଥିଲେ।ଏଥି ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ଅଛି।

ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କ ସହ ଫୋନରେ ଯୋଗାଯୋଗ କରିବାରୁ ସେ କହିଲେ ସେ ଅଧ୍ୟାପକଙ୍କୁ ମୁଁ ଟିମରେ ସାମିଲ ହେବା ପାଇଁ କିଛି କହିନାହିଁ କି ଅନୁମତି ମଧ୍ୟ ଦେଇନାହିଁ।ଅଧ୍ୟକ୍ଷ ମହାଶୟ ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରି ଅଧ୍ୟାପକଙ୍କୁ ଆଦେଶ ଦେବାର ଉଚିତ ଥିଲା କିନ୍ତୁ ସେ ଅଧ୍ୟାପକ ଉପଜିଲ୍ଲାପାଳଙ୍କ ନାମରେ ମିଥ୍ୟା କହି ଟିମରେ ସାମିଲ ହେବା ଏକ ଅପରାଧ କହିଲେ ଅତ୍ୟୁକ୍ତି ହେବ ନାହିଁ।ଏ ସମ୍ପର୍କରେ ତଦନ୍ତ ହୋଇ କାର୍ଯ୍ୟନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

Leave A Reply

Your email address will not be published.