News portal website
before header
[URIS id=5393]

ଆକ୍ସନ ନୁହେଁ ପ୍ରଶଂସା କଲା ସିଆଇଏସଏଫ;ସଲମାନ ଅଟକ ଘଟଣା

0 240

ଅଷ୍ଟିନ ନ୍ଯୁଜ/ ଭୁବନେଶ୍ୱେର
ତା -୨୫ /୦୮ /୨୦୨୧

Notice

ଗତ ୨୩ତାରିଖରେ ଜାତୀୟ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା, ଯେଉଁଥିରେ ସୋମନାଥଙ୍କ ବିରୋଧରେ ସଲମାନଙ୍କୁ ଅଟକାଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଥିଲା। ପ୍ରୋଟୋକଲ୍ ଉଲ୍ଲଂଘନ କରି ଗଣମାଧ୍ୟମ ସହ ଘଟଣା ବିଷୟରେ କଥାବାର୍ତ୍ତା କରିଥିବାରୁ ସୋମାନାଥଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଏହି ଘଟଣା ସମ୍ପର୍କରେ ସେ ଗଣମାଧ୍ୟମ ସହ କଥାବାର୍ତ୍ତା କରିବାରେ ସକ୍ଷମ ନହେବାକୁ ତାଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି ବୋଲି ଖବର ପ୍ରକାଶ ପାଇଥିଲା। ଏଭଳି ଖବର ସାମ୍ନାକୁ ଆସିବା ପରେ ଏବେ ସିଆଇଏସଏଫ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ଟାଇଗର-୩ର ସୁଟିଂ ପାଇଁ ଏକ ଘରୋଇ ଜେଟରେ ରୁଷିଆ ଯିବା ଲାଗି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ ବଲିଉଡ ଅଭିନେତା ସଲମାନ ଖାନ । ପ୍ରଶଂସକ ଓ ଫଟୋଗ୍ରାଫରଙ୍କ ଭିଡ ଭିତରେ ସଲମାନ ବିମାନବନ୍ଦର ଗେଟରେ ପହଂଚିବା ପରେ ତାଙ୍କୁ ପାସପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ପାଇଁ ଅଟକାଇବା ସହ ମାସ୍କ ପିନ୍ଧିବା ପାଇଁ କହିଥିଲେ ସୋମନାଥ । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

Leave A Reply

Your email address will not be published.