News portal website
before header
[URIS id=5393]

ଉଦଳା ବନବିଭାଗ ଚଢ଼ାଉରେ ୨୩ ଲଗ କାଠ ସହ ଗାଡ଼ି ଜବତ!

0 300

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ

Notice

ତା-୧୩-୦୮-୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

ଆଜି ଭୋର ସମୟରେ ଯଇଦା ଦାମଦୋରପୁର ପାଖ,ମାର୍ସିଙ୍ଗା ନିକଟରେ ଉଦଳା ବନବିଭାଗ କର୍ମଚାରୀମାନଙ୍କ ଦ୍ୱାରା ଚଢାଉ ହେଇଥିଲା।ଏକ ପିକଅପ ଗାଡ଼ିରେ ନିମ୍ବ ଓ ଗମ୍ଭାରୀ କାଠ ଯାଉଥିଲା।ଉକ୍ତ ଗାଡିରେ ୨୩ ଲଗ କାଠ ଥିଲା, ଯାହାକୁ ବନ ବିଭାଗ ଗାଡି ସହ ଧରାଯାଇଅଛି ।ଗାଡ଼ି ନମ୍ବର OR 01R 0095 ଗାଡ଼ିକୁ ବନବିଭାଗ ଅଫିସକୁ ଅଣାଯାଇଅଛି ।ଏହି କାଠ ବୋଝେଇ ଗାଡ଼ି ବଡସାହି ଆଡକୁ ଯାଉଥିବାର ଖବର ଆସୁଛି।

ଏହି ଧରପଗଡ଼ ସମୟରେ ଗାଡିର ଡ୍ରାଇଭର ଓ ହେଲପର ଘଟଣା ସ୍ଥଳରୁ ଦୌଡ଼ି ପଳେଇ ଯାଇଛନ୍ତି। ଏହି ଚଢ଼ାଉରେ ଫରେଷ୍ଟର ଅଶୋକ ମାଝୀ ଓ ବନ ବିଭାଗର କର୍ମଚାରୀ ଅନନ୍ତ ରାଉତ ,ଆଶିଷ ଖିଲାର , ଅନନ୍ତ ନାରାୟଣ ଚୌଧୁରୀ , ଅଜୟ କୁମାର ସାହୁ , ଦୀପକ କୁମାର ମହାନ୍ତ, ଯଦୁନାଥ ସିଂ ପ୍ରମୁଖ ସାମିଲ ଥିଲେ ।

ଏହି କାଠର ଆନୁମାନିକ ମୂଲ୍ୟ ଅଶୀ ହଜାର ହେବ ବୋଲି ବନବିଭାଗ ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.