News portal website
before header
[URIS id=5393]

ଉଦଳା ବିଜେଡି ତରଫରୁ ଅଘୋଷିତ ବିଦ୍ୟୁତ କାଟ ସହ ଲୋ ଭୋଲଟେଜ ବନ୍ଦ ପାଇଁ ଦାବି।

0 1,609

ଅଷ୍ଟିନ ନ୍ଯୁଜ /ମୟୂରଭଞ୍ଜ

Notice

ତା-୧୩-୦୮-୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

କପ୍ତିପଦା ଉପଖଣ୍ଡରେ ବିଦ୍ୟୁତର ସମସ୍ୟା ଦୂର ପାଇଁ ଗ୍ରୀଡ଼ ହୋଇଛି।ତଥାପି ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେବା ଫଳରେ ସମସ୍ତ ଉପଖଣ୍ଡ ବାସିନ୍ଦା ତଥା ଗ୍ରାହକ ମହଲରେ କ୍ଷୋଭ ପ୍ରକାଶ ପାଉଛି।ଅନେକ ଗୁଡିଏ ଗ୍ରାମର ଲୋକମାନେ ଏବେ ବି ଲୋ ଭୋଲଟେଜର ବିଦ୍ୟୁତ ଶକ୍ତି ପାଉଛନ୍ତି ।ଅଧିକାରୀ ମାନଙ୍କୁ ଅଭିଯୋଗ କଲେ ମଧ୍ୟ ଅଧିକାରୀ ମାନେ ବିଭିନ୍ନ ଆଳରେ ସେମାନଙ୍କ ଅଭିଯୋଗକୁ ଏଡ଼ାଇ ଯାଉଛନ୍ତି ।ଏହି ଅବ୍ୟବସ୍ଥାକୁ ଉପଲବ୍ଧ କରି ଆଜି ଉଦଳାର ବିଜେଡି ତରଫରୁ ଏକ ଟିମ ବିଦ୍ୟୁତ ବିଭାଗୀୟ ଅଧିକାରୀ ମାନଙ୍କୁ ଏକ ଦାବି ପତ୍ର ଦେଇଛନ୍ତି ।

ଉଦଳା ଏନ.ଏ.ସିର ବିଜେଡିର ସହ -ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ମହାନ୍ତି , ପୂର୍ବତନ ବିଧାୟକ ଶ୍ରୀନାଥ ସରେନ ,ପୂର୍ବତନ ନଗରପାଳ ମନୋଜ ମହାନ୍ତି , ନଗର ସଭାପତି ବନମାଳୀ ବେହେରା ,ବ୍ଲକ ସଭାପତି ଗୋବିନ୍ଦ ନାୟକ ଓ ବିଜୁ ଜନତା ଦଳର ଯୁବ କର୍ମକର୍ତ୍ତା ଅନୀଲ ମହାପାତ୍ର , ପ୍ରଦୀପ ପରିଡ଼ା ,ବିନୋଦ ଦାସ , ଦୀପକ ନାୟକ ସମେତ ବହୁ ଦଳୀୟ କର୍ମୀ ଆଜି ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରିବା ସହିତ,ବିଦ୍ୟୁତ ଜନିତ ସମସ୍ୟା ତୁରନ୍ତ ଦୂର କରିବା ପାଇଁ ଦାବି ପତ୍ର ଦେଇଛନ୍ତି ।

ଆଗାମୀ ଦିନରେ ବିଦ୍ୟୁତ ବିଭାଗ ଏହି ଦାବି ପୁରଣ ସପକ୍ଷରେ କାମ କରିବ ନା ଯେମିତି ପୂର୍ବପରି ଅଘୋଷିତ ବିଦ୍ୟୁତ କାଟ ଚାଲିଅଛି ତାହା ଚାଲିବ ତାହା ଦେଖିବାକୁ ନେତା ଓ ଜନତାଙ୍କ ବାକି ରହିଲା।

Leave A Reply

Your email address will not be published.