ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ

ତା-୦୯-୦୮-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଓଡ଼ିଶା ସରକାରଙ୍କ ପକ୍ଷରୁ କୋଭିଡ଼ ୧୯କୁ ନେଇ ବିଭିନ୍ନ ସମୟରେ ଗାଇଡ଼ ଲାଇନ ବାହାରିବା ଫଳରେ ଛୋଟ ଛୋଟ ଜୀବିକାରୁ ଚଳୁଥିବା କିଛି କର୍ମଜୀବିମାନେ ବହୁତ କଷ୍ଟରେ ଜୀବନ ଅତିବାହିତ କରିଥିଲେ ।ଏପରିକି ପରିବାର ପାଇଁ ଆବଶ୍ୟକ ଥିବା ଅର୍ଥ ଖର୍ଚ୍ଚ କରି ପାରୁନଥିଲେ ।
ଆଜି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସବଡିଭିଜନରୁ କିଛି କର୍ମଜୀବିମାନେ ଏକତ୍ରିତ ହୋଇ ଏକ ରାଲି ସହିତ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳ ମହୋଦୟଙ୍କୁ ଦାବିପତ୍ର ଦେଇ ଅଛନ୍ତି । ଏହି ରାଲି ମଧୁବନ ପଡିଆରୁ ବାହାରି ବାରିପଦା ସହରର ମୁଖ୍ୟ ବଜାର ,କଚେରୀ ଦେଇ ଜିଲ୍ଲାପାଳ ଅଫିସରେ ପହଞ୍ଚି ଥିଲେ ।
ଏହି ରାଲିରେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ,ନବନିର୍ମାଣ କୃଷକ ସଙ୍ଗଠନ ,ଜିଲ୍ଲାର କର୍ମଜୀବି ବାରିକ ସଂଘ ଓ ବିଉଟି ପାର୍ଲର ସଂଘ ତରଫରୁ ସାହାଯ୍ୟ ସହାନୁଭୂତି ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି । ଏହି ରାଲିରେ ଦୁଇ ହଜାରରୁ ଅଧିକ ଲୋକ ସାମିଲ ହୋଇ ଥିଲେ ।
