News portal website
before header
[URIS id=5393]

ରୋଟାରୀ କ୍ଲବ ତରଫରୁ ଜାତୀୟ ହସ୍ତତନ୍ତ ଦିବସ ପାଳନ!

0 987

ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ

Notice

ତା-୦୭-୦୮-୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

ରୋଟାରୀ କ୍ଳବ ଉଦଳା ତରଫରୁ ଜାତୀୟ ହସ୍ତତନ୍ତ ଦିବସରେ ବୁଣାକାର ମାନଙ୍କ ସମ୍ମାନ ଉଦ୍ଦେଶ୍ଯରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଡିହିରାକୁଳ ସ୍ଥିତ ବୁଣାକାର ସମବାୟ ସମିତିର ସାତ ଜଣ ବୁଣାକାରଙ୍କୁ ପୁଷ୍ପଗୁଚ୍ଛ ସହ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା।

ଏହି ସଭାରେ କ୍ଳବର ସଭାପତି ଅଶୋକ କୁମାର ମହାନ୍ତି ,ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରାକ୍ତନ ସଭାପତି ଇଁ ସୁବାସ ଚନ୍ଦ୍ର ପଣ୍ଡା, ସଭାପତି ମନୋନୀତ ହରେନ ପଟ୍ଟନାୟକ, ଫାଷ୍ଟ ଲେଡୀ ଶ୍ରୀମତି ଅଞ୍ଜଳି ମହାନ୍ତି , ଇନର ହୂଇଲ୍ କ୍ଳବ୍ ର ସଭାପତି ଜୟନ୍ତୀ ପଟ୍ଟନାୟକ, ପ୍ରେମଲତା ପଣ୍ଡା, ଦାସ ମାଝୀ, ସର୍ବେଶ୍ଵର ମହାପାତ୍ର, ପ୍ରହଲ୍ଲାଦ ଦାଶ,ଉପ ସଭାପତି, ଜୟଗୋପାଲ୍ ରାୟ ,କୋଷାଧ୍ୟକ୍ଷ ଏବଂ ବ୍ରହ୍ମାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ରହି ଉକ୍ତ ସଭା କାର୍ଯ୍ୟ କ୍ରମ ରେ ସହଯୋଗ କରିଥିଲେ।ବୁଣାକାର ମାନଙ୍କ ଉଦ୍ଦେଶ୍ଯରେ ପ୍ରାକ୍ତନ ସଭାପତି ତାଙ୍କର ସମାଜ ପ୍ରତି ଅବଦାନ ଅତୁଳନୀୟ ବୋଲି କହିଥିଲେ,ଆଜି ହସ୍ତତନ୍ତର ଚାହିଦା ଅନେକ ସ୍ଥାନୀୟ ବୁଣାକାରଙ୍କ କୀର୍ତ୍ତି ଆଜି ଜାତୀୟସ୍ତରରେ ସମ୍ମାନିତ ହୋଇପାରିଛି।

ରୋଟାରୀ କ୍ଳବ୍ କିପରି ସେବାରେ ଆସିପାରିବ ଏବଂ କିପରି ସାହାର୍ଯ୍ୟ କରିହେବ ତାହା କହିଥିଲେ ରୋଟାରୀ ସଭାପତି।ସମ୍ପାଦକ ତାଙ୍କ ବ୍ୟକ୍ତବ୍ୟରେ ବୁଣାକାର ସମ୍ପ୍ରଦାୟର ଗରିବ ଅନାଥ କିମ୍ବା ଗରିବ ବିଧବା ପିଲାଙ୍କ ପାଠପଢ଼ା ଏବଂ ନିଯୁକ୍ତି ପର୍ଯ୍ୟନ୍ତ ସାହାଯ୍ୟ ରୋଟାରୀ କ୍ଳବ୍ ଉଠାଇବ ବୋଲି ଘୋଷଣା କରିଥିଲେ। ଶେଷରେ ଉପ ସଭାପତି ପ୍ରହଲ୍ଲାଦ ଦାସ ସମିତିର ବୁଣାକାର ଓ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ।

Leave A Reply

Your email address will not be published.