News portal website
before header
[URIS id=5393]

ଜେଇଇ ପରୀକ୍ଷାରେ ସଫଳତା ପାଇଲେ ଧର୍ମଶାଳାର ପୁଅ ଶକ୍ତି ସ୍ବରୂପ!

0 468

#ସାବାସ_ଶକ୍ତି_ସ୍ବରୂପ#ଜେଇଇ_ପରୀକ୍ଷାରେ_ସଫଳତା_ପାଇଲେ_ଧର୍ମଶାଳା_ପୁଅ#JEEMainUpdate #jeemain2021 #BreakingNews #AustinNews ସର୍ବ ଭାରତୀୟ ଜେଇଇ ମେନ ପରୀକ୍ଷାରେ କୃତିତ୍ବ ଅର୍ଜନ କଲେ ଧର୍ମଶାଳାର ଶକ୍ତି ସ୍ଵରୂପ ମହାପାତ୍ର ।

Notice

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର

ତା-୦୮-୦୮-୨୦୨୧

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ସିଦ୍ଧିପୁର ଗ୍ରାମର ଶକ୍ତି ସ୍ଵରୂପ ମହାପାତ୍ର,ସର୍ବ ଭାରତୀୟ ସ୍ତରରେ,ଅନୁଷ୍ଠିତ ଜେଇଇ ମେନ ପରୀକ୍ଷାରେ କୃତିତ୍ବ ହାସଲ କରିଛନ୍ତି।ପରୀକ୍ଷାରେ ୧୦୦ରୁ ୯୯.୩୨% ନମ୍ବର ହାସଲ କରିଛନ୍ତି।

ବର୍ତ୍ତମାନ କୌଣସି ଏକ ସୁନାମଧନ୍ୟ ଜାତୀୟ ପ୍ରତିଷ୍ଠାନରେ ଅଧ୍ୟୟନ କରିବାକୁ ଯୋଗ୍ୟ ବିବେଚିତ ହୋଇ ପାରିଛନ୍ତି ମଧ୍ଯ।ନିଜର କଠିନ ପରିଶ୍ରମ ଓ ବାପା ମାଆଙ୍କ ପ୍ରେରଣା ତଥା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ନିୟମିତ ଗାଇଡ୍ ଯୋଗୁଁ ଆଜି ତାଙ୍କୁ ଏହି ସଫଳତା ମିଳି ପାରିଛି।

ସେ କମ୍ପ୍ୟୁଟର ବିଜ୍ଞାନ ପଢିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ସୂଚନା ଆସୁଛି।ପୂର୍ବରୁ କଟକ ସିଡିଏସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଅଧ୍ୟୟନ କରି ଦଶମ ଶ୍ରେଣୀ ପରୀକ୍ଷାରେ ୯୨% ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୯୭% ନମ୍ବର ରଖି ସେ ଉତ୍ତୀର୍ଣ୍ଣ ହୋଇଥିଲେ ।

ସୁଶାନ୍ତ କୁମାର ମହାପାତ୍ର ଏବଂ ସଂଯୁକ୍ତା ମହାପାତ୍ରଙ୍କ ଏକମାତ୍ର ପୁତ୍ର ଶକ୍ତି ସ୍ବରୂପ ଅଟନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟୁଛି।

Leave A Reply

Your email address will not be published.