News portal website
before header
[URIS id=5393]

ପୋଲିସ ଧରିବା ପୋଲିସ ମାରିବା ଘଟଣାରେ, ସାମ୍ବାଦିକ ସଂଘର ନିନ୍ଦା!

0 237

କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ପୋଲିସର ମାଡ଼ ଓ ଗାଳି କୁ ଉଦଳା ସାମ୍ବାଦିକ ସଙ୍ଘ ପକ୍ଷ ରୁ ଦୃଢ ନିନ୍ଦା

ତା-୨୨-୦୭-୨୦୨୧

ଅଷ୍ଟିନ୍ ନ୍ୟୁଜ୍ /ମୟୂରଭଞ୍ଜ

ରିପୋର୍ଟ- ଜଗବନ୍ଧୁ ପ୍ରଧାନ

ଉଦଳା ସାମ୍ବାଦିକ ସଙ୍ଘ ପକ୍ଷରୁ ସାମ୍ବାଦିକଙ୍କୁ ପୋଲିସର ଚାପୁଡ଼ା ମାରିବା ଓ ଗାଳି କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।ଗତକାଲି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯାଉଥିବା ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଠିକ୍ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ମହିଳା କନେଷ୍ଟବଳ ପିନୁ ନାୟକ ନିଜ ମୁହଁରେ ମାକ୍ସ ପିନ୍ଧିନଥିବାରୁ ୱେବ ମିଡିଆର ପ୍ରତିନିଧି ଭୀମସେନ୍ ସେହି ଦୃଶ୍ୟକୁ ନିଜ କ୍ୟାମେରାରେ ଉଠାଇ ତାହାକୁ ବିଭିନ୍ନ ମିଡିଆରେ ପୋଷ୍ଟ କରିଥିଲେ । ଏହି ଘଟଣାରେ ପ୍ରତିକ୍ରିୟାଶୀଳ ହୋଇ ମହିଳା କନେଷ୍ଟବଳ ପିନୁ ନାୟକ ସର୍ବସମ୍ମୁଖରେ ଭୀମସେନ୍‌ଙ୍କ ଗାଲରେ ଚାପୁଡା ମାରିବା ସହିତ‘ହାରାମଜାଦା’ ବୋଲି ଗାଳିଗୁଲଜ କରିଥିଲେ ।

ତେଣୁ ଏହି ଘଟଣାକୁ ଆମେ ଉଦଳା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ ନିନ୍ଦା କରିବା ସହିତ ଦୋଷୀ ମହିଳା କନେଷ୍ଟବଳଙ୍କୁ ଚାକିରୀରୁ ବହିଷ୍କାର କରିବା ସହିତ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଅଛୁ ।

Leave A Reply

Your email address will not be published.