News portal website
before header
[URIS id=5393]

ଉଦଳା ବିଜେପି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା।

0 330

ଅଷ୍ଟିନ ନ୍ୟୁଜ୍/ମୟୁରଭଞ୍ଜ

Notice

ତା-୨୦-୦୭-୨୦୨୧

ରିପୋର୍ଟ- ଜଗବନ୍ଧୁ ପ୍ରଧାନ

ଓଡ଼ିଶାର ବିଦ୍ୟୁତ ବିଲ ବଢିବା ଫଳରେ କରୋନା ସମୟରେ ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସାଜିଛି।ଓଡିଶାର ବିଦ୍ୟୁତ ନିୟାମକ ଆୟୋଗର କାର୍ଯ୍ୟ ବିଦ୍ୟୁତ କମ୍ପାନୀମାନଙ୍କ କଥାରେ ପରିଚାଳିତ ହେଉଛି ଫଳରେ ସାଧାରଣ ଗ୍ରାହକ ମାନେ ସବୁବେଳେ ଅସୁବିଧାରେ ପଡୁଛନ୍ତି।ବର୍ତ୍ତମାନ ଟାଟା କମ୍ପାନୀକୁ ବିଦ୍ୟୁତ ବଣ୍ଟନ କରିବାର ଦାୟିତ୍ୱ ଦିଆଯାଇଛି।ବର୍ତ୍ତମାନ ସମୟରେ ବିଦ୍ୟୁତ ବିଲ ବଢାଇବା ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।

ଏହାକୁ ରାଜ୍ୟ ବିଜେପିର ନିଷ୍ପତ୍ତି ଅନୁସାରେ ସମସ୍ତ ବିଦ୍ୟୁତ ବିଭାଗର କାର୍ଯ୍ୟାଳୟ ଆଗରେ ରାଜ୍ୟ ସାରା ଆନ୍ଦୋଳନ କରାଯାଉଛି। ଏକ ୟୁନିଟରୁ ୧୦୦ ୟୁନିଟ ପର୍ଯ୍ୟନ୍ତ ଗୋଟିଏ ଦର ଧାର୍ଯ୍ୟ କରିଲେ ଗରିବ ଲୋକମାନେ ବିଦ୍ୟୁତ ବିଲ ଦେୟ ଠିକ ସେ କରିପାରିବେ ତତସହ ଗାଁ ମାନଙ୍କର ଲୋ ଭୋଲଟେଜ ରହିବା ଯୋଗୁଁ ପିଲାଙ୍କ ପାଠ ପଢ଼ା ଠିକ ହୋଇ ପାରୁନାହିଁ , ତେଣୁ ସରକାର ଗାଁରେ କିପରି ଭୋଲଟେଜ ଠିକ ରହିବ ସେ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ ।

ଅଘୋଷିତ ବିଦ୍ୟୁତକାଟ ବନ୍ଦ କରାଯାଉ ।କୃଷି ଓ ଶୀତଳ ଭଣ୍ଡାର ପାଇଁ ସବସିଡ଼ ମାଧ୍ୟମରେ ବିଜୁଳି ଦିଆଯାଉ।ବିଦ୍ୟୁତର ବକେୟା ବିଲ ରହିଥିବା ଗ୍ରାହକମାନଙ୍କୁ ଜୁଲୁମ ନକରାଯାଇ ଓ ସେମାନଙ୍କ ବିଦ୍ୟୁତ ସଂଯୋଗକୁ କାଟି ନଦେଇ କୋହଳ କରାଯାଉ ।ଏହି ଦାବି ମାନ୍ୟବର ରାଜ୍ୟପାଳଙ୍କୁ ଦିଆଯାଇଛି ।

ଏହି ଅନଶନରେ ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ନିହାର ରଞ୍ଜନ ମୋଦି ,ପ୍ରମିଳା ପଣ୍ଡା , ପୂର୍ବତନ କାଉନସିଲର ପ୍ରଭାତ କୁମାର ପରିଡ଼ା , ମମତା ସାହୁ , ବରିଷ୍ଠ ନେତା ଶରତ ଚନ୍ଦ୍ର ଦାସ , ଯୁବ ବିଜେପିର ଧିରେନ ଖଣ୍ଡେଲୱାଲ , ବୁଲୁ ପଟ୍ଟନାୟକ , ପ୍ରାଣକୃଷ୍ଣ ବେରା ,ବିଜେପିର ବ୍ଲକ ସଭାପତି ଓ ବହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.