News portal website
before header
[URIS id=5393]

“ଜାହିରା ପୀଠ”ରୁ ଦଖଲ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଦିବାସୀଙ୍କ ଦାବି।

0 403

ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ

Notice

ତା-୧୯-୦୭-୨୦୨୧

ରିପୋର୍ଟ- ଜଗବନ୍ଧୁ ପ୍ରଧାନ

ଆଦିବାସୀମାନଙ୍କ ଜାହିରା ପୀଠରୁ ଦଖଲ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି। ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ସମାଜର ପାରମ୍ପରିକ ନୀତି ନିୟମ ଅନୁସାରେ ଜାହିରା ପୀଠରେ ପୂଜାର୍ଚ୍ଚନା ବର୍ଷ ତମାମ ଚାଲିଥାଏ । ସେମାନେ ଜାହିରା ପୀଠ ରେ ରୋଗ ଦାଉରୁ ରକ୍ଷା , ଚାଷର ବିକାଶ , ବିବାହ ବ୍ରତ , ପଶୁସମ୍ପଦ ସୁରକ୍ଷା , ପରିବେଶର ରକ୍ଷା ତଥା ଦେଶର ମଙ୍ଗଳ ପାଇଁ ପୂଜା ପାଠ କରିଥାନ୍ତି ।

ଖଲାଡି ପଂଚାୟତର ଶିରିପୁର ଗ୍ରାମରେ ଥିବା ଜାହିରା ଜମିରୁ ହାତୀଘୋଡା ଭାଙ୍ଗିବା ସହିତ ଘେରାବାଡକୁ ଉପାଡି ନିଆଁରେ ଗତ ମେ ମାସ ୯ ତାରିଖ ଦିନ ସେହି ଗ୍ରାମର କିଛି ଅସମାଜିକ ଲୋକମାନେ ଧ୍ୱଂସ କରିଛନ୍ତି । ତାହା ସହ କିଛି ମୂଲ୍ୟବାନ ବୃକ୍ଷକୁ କାଟି ନେବା ସହିତ ମୂଲ୍ୟବାନ ଚାରା ରୋପଣ ହୋଇ ଥିବା ଛୋଟ ଛୋଟ ଗଛ ଗୁଡିକୁ ଉପାଡି ନଷ୍ଟ କରିଛନ୍ତି । ଆଦିବାସୀ ମାନେ ଏହାକୁ ବିରୋଧ କରିବାରୁ ବିଭିନ୍ନ ଅଭଦ୍ର ଭାଷାରେ ଗାଳି ଗୁଲଜ କରୁଛନ୍ତି । ସେହି ଜମିକୁ ଖେଳ ପଡିଆ ବନାଇବା ସହିତ ଦେବାଦେବୀ ପୂଜା ପାଉଥିବା ଜାଗାରେ ପରିସ୍ରା କରୁଥିବାର ନଜର ଆସୁଛି।

ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ କିଛି କାର୍ଯାନୁଷ୍ଠାନ ନିଆଯାଉ ନାହିଁ । ଭାରତୀୟ ସମ୍ବିଧାନର ମୌଳିକ ଅଧିକାରରୁ ବଞ୍ଚିତ ହେବାରୁ ଆଜି ସହସ୍ର ସଂଖ୍ୟାରେ ଆଦିବାସୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଶିରିପୁର ଗ୍ରାମର ଜାହିରା ଜାଗାରେ ଭଲିବଲ , କ୍ରିକେଟ ଇତ୍ୟାଦି ଖେଳ ଖେଳିବା ଫଳରେ ଆଦିବାସୀ ମାନଙ୍କ ଧର୍ମପୀଠର ମର୍ଯ୍ୟାଦା ନଷ୍ଟ ହେଉଛି । ତୁରନ୍ତ ଏସବୁ ବନ୍ଦ କରାଯାଉ ।ତତ ସହିତ ଆଦିବାସୀ ମାନଙ୍କୁ ଅପମାନରୁ ରକ୍ଷା କରାଯାଉ ।

ଏହି ଦାବି ପତ୍ର ମାନବ ଅଧିକାର କମିଶନ , ରାଜ୍ୟପାଳ ଓଡିଶା , ଜିଲ୍ଲାପାଳ ମୟୂରଭଞ୍ଜ , ଜିଲ୍ଲା ଆରକ୍ଷୀ ଅଧିକାରୀ ଓ ଉପଜିଲ୍ଲାପାଳଙ୍କ ଦୃଷ୍ଟି ନିମନ୍ତେ ପଠାଇ ଅଛନ୍ତି । ଏହି ଦାବି ପତ୍ର ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ ମଧ୍ଯ କରାଯାଇଛି, ଦାବିପତ୍ର ସମୟରେ ପାଣ୍ଡୁରାମ ହେମ୍ବ୍ରମ , ରବିନ୍ଦ୍ର ନାଥ ଟୁଡୁ , ପରମେଶ୍ବର ମୁର୍ମୁ , ସଂଜୟ କିସ୍କୁ , ଶିରିଶ ଟୁଡୁ , ଠୁମ୍ପୁ ମୁର୍ମୁ , ଜଗଦୀଶ ମୁର୍ମୁ , ପଂଚୁ ଟୁଡୁ , ଜୟରାମ ହାଁସଦା ଉପସ୍ଥିତ ଥିଲେ।

Leave A Reply

Your email address will not be published.