News portal website
before header
[URIS id=5393]

ନିଆରା ଢଙ୍ଗରେ ପୂର୍ବତନ ବିଧାୟକ ଜନ୍ମଦିନ ପାଳନ କଲେ ।

0 332

ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ

Notice

ତା-୧୭-୦୭-୨୦୨୧

ଉଦଳା-ଜଗବନ୍ଧୁ ପ୍ରଧାନ

କରୋନା ସମୟରେ ପାରିବାରିକ ଜୀବନ ଶୈଳୀ ବଦଳି ଯାଇଛି । କିଏ ଜନ୍ମ ଦିନ ସୀମିତ ଭିତରେ ମାନୁଅଛି ତ କିଏ ସମାଜର କଲ୍ୟାଣ ପାଇଁ ସମୟ ବିତାଇ ମାନୁଅଛି । ଉଦଳାର ପୂର୍ବତନ ବିଧାୟକ ତଥା ବିଜେଡିର ଟାଣୁଆ ନେତା ଶ୍ରୀନାଥ ସରେନ ତାଙ୍କର ଜନ୍ମ ଦିବସ ଧୂମଧାମରେ ପାଳିବା ବଦଳରେ ଗୋଟିଏ ଅନାଥ ପରିବାର ମଧ୍ୟରେ କିଛି ସମୟ ଦେବା ସହିତ ବ୍ୟଦାନତାର ହାତ ବଢ଼ାଇ ଅଛନ୍ତି ।

ଖଲାଡି ପଂଚାୟତର ଜୁଆଳିଆ ଗ୍ରାମରେ ମିଶର ଖଡିକାଙ୍କ ଅକସ୍ମାତ ବିୟୋଗରେ ତାଙ୍କର ପରିବାରର ଦୁଖଃରେ ଭାଙ୍ଗି ଯାଇଛି । ତାଙ୍କର ରୋଗୀଣି ସ୍ତ୍ରୀ ଓ ୫ଟି ପିଲା ପାଖରେ ସାହାଯ୍ୟର ଆବଶ୍ୟକତା ଥିବାବେଳେ କେହି ସରକାରୀ କିମ୍ବା ବେସରକାରୀ ସ୍ତରରେ ପହଞ୍ଚି ନାହାଁନ୍ତି । ଏହି କଥା ଶୁଣି ପୂର୍ବତନ ବିଧାୟକ ତାଙ୍କର ଦୂଆର ପାଖରେ ଶୁଦ୍ଧକ୍ରିୟା ପାଇଁ ଆବଶ୍ୟକ ସାମଗ୍ରୀ ନେଇ ପହଞ୍ଚି ଥିଲେ ।

ତାଙ୍କର ସାଙ୍ଗରେ ଉଦଳା ବିଜେଡିର ନଗର ସଭାପତି ବନମାଳୀ ବେହେରା , ବିଜେଡିର ଜିଲ୍ଲା ଯୁବସାଧାରଣ ସଂପାଦକ ମାନସ ପୁହାଣ , ବ୍ଲକ ସଭାପତି ଗୋବିନ୍ଦ ନାୟକ ,ରଞ୍ଜନ ଖଣ୍ଡେଇ , ଦୋଳଗୋବିନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ସରକାରୀ ସ୍ତରରେ ସମସ୍ତ ସାହାଯ୍ୟ କରାଇ ଦେବାକୁ ପୂର୍ବତନ ବିଧାୟକ ଦୃଢ ପ୍ରତିଶୁତି ଦେଇ ଥିଲେ । ଏହାକୁ ଜୁଆଳିଆ ଗ୍ରାମର ଲୋକମାନେ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.