ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲା ଯିବା ସମ୍ବନ୍ଧୀୟ ସୂଚନା , ୨୦୨୧ଚଳିତ ଜୁଲାଇ ମାସ ୨୬ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ ହେବ। ତେବେ କୋଭିଡ୍ ପରିସ୍ଥିତିରେ ସ୍ବାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ସ୍କୁଲ୍ ଯିବା ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ ବିଷୟ ରହିବ। ପୂର୍ବ ଭଳି ଦଶମ ଓ ଦ୍ବାଦଶ ଶ୍ରେଣୀ ସମେତ ସମସ୍ତ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପାଠପଢା ଚାଲୁରହିବ। ମାସ୍କ ପିନ୍ଧିବା, ସାନିଟାଇଜେସନ୍ ଏବଂ ଅନ୍ୟାନ୍ୟ କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ପାଠପଢା ହେବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯିବ।

