ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ

ତା-୧୬-୦୭-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଉଦଳାରେ କାର୍ଯ୍ୟରତ କୋଭିଡ଼ ଯୋଦ୍ଧା ଡାକ୍ତରମାନଙ୍କୁ ରୋଟାରୀ କ୍ଲବ ତରଫରୁ ସମ୍ବର୍ଦ୍ଧିତ ।କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟ ଉଦଳାରେ ଆଜି ମଧ୍ୟାହ୍ନ ସମୟରେ ରୋଟାରୀ କ୍ଲବ ଉଦଳା ତରଫରୁ ଏକ ସମ୍ବର୍ଦ୍ଧିତ ସଭା କରାଯାଇଥିଲା ।

ସମଗ୍ର ବିଶ୍ୱରେ କରୋନା ପୀଡ଼ିତଙ୍କୁ ଚିକିତ୍ସା କରିବା ପାଇଁ ଡ଼ାକ୍ତରମାନଙ୍କ ଭୂମିକା ବହୁତ ଗୁରୁତ୍ୱ ଅଟେ । ସେମାନେ ତାଙ୍କର ଜୀବନକୁ ବାଜି ଲଗାଇ କରୋନା ରୋଗୀର ସେବା ଯୋଗାଇ ଦେବା ଫଳରେ ଆଜି ବିଶ୍ବରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର ହାର କମ ଅଛି
ରୋଟାରୀ କ୍ଲବର ସଭାପତି ଅଶୋକ ମହାନ୍ତି କହିଥିଲେ ଯେ ଏହି କୋଭିଡ଼ ସମୟରେ କୋଭିଡ଼ ଯୋଦ୍ଧା ଡାକ୍ତରମାନଙ୍କର ନିଷ୍ଠାପର ସେବା ପାଇଁ ଜୀବନ ରକ୍ଷା ପାଇ ପାରୁଛି ତେଣୁ ସେମାନଙ୍କୁ ସମ୍ବର୍ଦ୍ଧନା ପାଇଁ ଏହି ପ୍ରୟାସ କରାଯାଇଛି । ଉଦଳା ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନଙ୍କୁ କୋଭିଡ଼ ଯୋଦ୍ଧା ରୂପେ ସମ୍ବର୍ଦ୍ଧିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା-ଶିବାନନ୍ଦ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ରୋଟାରୀ କ୍ଲବର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବହୁ ବରିଷ୍ଠ ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

