News portal website
before header
[URIS id=5393]

ରାଷ୍ଟ୍ରୀୟ ଆଦିବାସୀଙ୍କ ରାଷ୍ଟ୍ରପତିଙ୍କୁ ଦାବି ପତ୍ର।

0 382

ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ

Notice

ତା-୧୫-୦୭-୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

“ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ” ଉଦଳା ତରଫରୁ ତହସିଲଦାରଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଦାବିପତ୍ର।ଆଜି ଅପରାହ୍ନ ସମୟରେ ଉଦଳା ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର କର୍ମକର୍ତ୍ତାମାନେ ଉଦଳା ତହସିଲଦାରଙ୍କ ମାଧ୍ୟମରେ ଏକ ଦାବିପତ୍ର ଭାରତର ରାଷ୍ଟ୍ରପତିଙ୍କୁ ଦେଇଛନ୍ତି।ଭାରତବର୍ଷରେ ବସବାସ କରୁଥିବା ଆଦିବାସୀମାନଙ୍କୁ ସ୍ୱାଧୀନତାର ୭୪ ବର୍ଷ ପରେ ବି ଆଜି ଏହି ଭାରତରେ ବିଭିନ୍ନ ଅତ୍ୟାଚାର, ଅପମାନ ,ଘୃଣା ଓ ହକ ଦିଆଯାଉନାହିଁ ।

ଏହି ୧୦ ଦଫା ଦାବିପତ୍ରରେ ଅନୁସୂଚିତ ଜନଜାତି ପାଇଁ ସମ୍ବିଧାନ କାର୍ଯ୍ୟକାରୀ ପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆଦେଶ , ନୂତନ ଅର୍ଥନୀତି ବ୍ୟବସ୍ଥା ଲାଗୁକରି ସଂରକ୍ଷଣକୁ ବନ୍ଦ କରିବା ଯୋଜନା ବନ୍ଦ କରାଯାଉ । ଆଦିବାସୀ ଅଞ୍ଚଳରେ ବିଜୁଳି , ପାଣି ,ଗମନାଗମନ ପାଇଁ ସଡ଼କ , ପରିବହନ ଓ ଟେଲିସେବା ସୁବିଧା କରାଯାଉ । ଛତିଶଗଡ଼ରେ ନିରୀହ ଆଦିବାସୀ ମାନଙ୍କୁ ମାଓବାଦୀ କହି ହତ୍ୟା କରିବା ବନ୍ଦ ହେଉ ।ଆଦିବାସୀ ମାନଙ୍କର ଦେବା ଦେବୀ , ବିଭାଘର କାର୍ଯ୍ୟକ୍ରମରେ ପଶି ମାରପିଟ ବନ୍ଦ ହେଉ , ସରକାର ବିକାଶ ନାମରେ ଆଦିବାସୀମାନଙ୍କୁ ଜଙ୍ଗଲ ଜମିରୁ ବିତାଡିତ କରିବା ବନ୍ଦ କରନ୍ତୁ ।

ଆଦିବାସୀମାନଙ୍କ ଜମିକୁ ଦଲାଲ ମାଧ୍ୟମରେ ଶାଗମାଛ ଦରରେ ବିକ୍ରି ନକରିବା , ବାରମ୍ବାର ଆଦିବାସୀମାନଙ୍କୁ ବନ କର୍ମଚାରୀ ମାନେ ଆକ୍ରମଣ ନକରିବା , କଳାହାଣ୍ଡି ରେ ଆଦିବାସୀମାନଙ୍କ ଘରକୁ ଭାଙ୍ଗିବା ସହିତ ମିଥ୍ୟା ମାମଲାରେ ଗିରଫ କରିବା ବନ୍ଦ ହେଉ ।ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରେ ଜୁଲାଇ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ ।

ଆଜି ଏହି ପରିଷଦ ପକ୍ଷରୁ ପରିଷଦର ମୟୂରଭଞ୍ଜ ଜିଲ୍ଲାର ଅଧ୍ୟକ୍ଷ ଠୁମ୍ପୁ ମୁର୍ମୁ , ଉଦଳା ବ୍ଲକ୧ନମ୍ବର ଜିଲ୍ଲା ପରିଷଦର ସଭ୍ୟ – ଚକ୍ରଧର ସିଂ , କୋଡିନେଟର ଗଜେନ୍ଦ୍ର ହେମ୍ବ୍ରମ , ରମେଶ ଚନ୍ଦ୍ର ହାଁସାଦା , ସେକ୍ରେଟାରୀ ଦିବାକର ମୁର୍ମୁ , ଏଲ , ହେମ୍ବ୍ରମ ପ୍ରମୁଖ ଉଦଳା ତହସିଲଦାରଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.