ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୧୪-୦୭-୨୦୨୧
କମିସନରେଟ ପୋଲିସକୁ ମିଳିଛି ବଡ ସଫଳତା।ଭୁବନେଶ୍ୱରରେ ଜବତ ହୋଇଛି ୫୫୦.୦୦ ଗ୍ରାମ ବ୍ରାଉନ ସୁଗାର, ନଗଦ ୩୫ ଲକ୍ଷ ଟଙ୍କା, ଗୋଟିଏ ମାରୁତି ସୁଜୁକି ଅଲଟୋ, ଟିଭିଏସ ମଟର ସାଇକେଲ ସହ ଗୋଟିଏ ୟମା ଗାଡିଗାଡି ସମେତ ଛଅଟି ମୋବାଇଲ ଫୋନ।

ସବୁଠାରୁ ବଡ କଥା ହେଉଛି କେଶୁରା ଅଞ୍ଚଳରେ, ଏକ ଘରେ ରେଡ ହୋଇଥିବା ବେଳେ, ଭୁବନେଶ୍ୱରରେ ଏ ଗ୍ୟାଙ୍ଗ ବେଶ ସକ୍ରୀୟ। ତେବେ ଏ ଗ୍ୟାଙ୍ଗର ମଧ୍ଯ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ପର୍ଯ୍ୟନ୍ତ ନେଟଓ୍ବାର୍କ ଲମ୍ବିଛି।
ଗ୍ଯାଙ୍ଗର ଜଣେ ମହିଳା ଖୋର୍ଦ୍ଧା ନିରାକାରପୁର ଅଞ୍ଚଳର ହୋଇଥିବା ବେଳେ ପୁରୁଷ ଜଣକ ହଂସପାଳରେ ରହନ୍ତି। ଏମାନେ ଦିନ ମଜୁରିଆ, ନାବାଳକ, କଲେଜ ପଢୁଥିବା ପିଲାଙ୍କୁ ଟାର୍ଗେଟ କରିବା ସହ ନିଜ ଜାଲରେ ଫସାଉଥିଲେ।

