ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର

ତା-୧୪-୦୭-୨୦୨୧
ଦିନକୁ ଦିନ ନିତ୍ଯ ବ୍ଯବହାର୍ଯ୍ୟ ସାମଗ୍ରୀ ଦରଦାମ ଅହେତୁକ ବଢୁଥିବା ବେଳେ,ରାଜାରାସ୍ତାରେ ବିକ୍ଷୋଭ କରୁଛି କଂଗ୍ରେସ।ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନରେ ରାଜ୍ଯର ବିଭିନ୍ନ ସ୍ଥାନରେ, ପେଟ୍ରୋଲ ପମ୍ପ, ରାଜ ରାସ୍ତାରେ କଂଗ୍ରେସ ଚଳାଇଛି ବିକ୍ଷୋଭ।
ତେବେ ପୁରୀର କଂଗ୍ରେସ ସାଂସଦ ପାର୍ଥୀ ସତ୍ଯ ପ୍ରକାଶ ନାୟକ ଆଜି ରାଜଧାନୀର ଛାତି ଉପରେ ଅର୍ଥାତ୍ ରାଜ ରାସ୍ତାରେ ବିକ୍ଷୋଭ କରିଛନ୍ତି। ସତ୍ଯ ପ୍ରକାଶ ପିନ୍ଧିଥିବା ଟି ସାର୍ଟରେ ରହିଚି ନଟ ଆଉଟ ଲେଖା। ଅର୍ଥାତ୍ ପେଟ୍ରୋଲ ସେଞ୍ଚୁରୀ ମାରି ବର୍ତ୍ତମାନ ଭାରତରେ ତଥା ଓଡିଶାରେ ଆଗକୁ ସ୍କୋର ବଢାଇବା ଲକ୍ଷ୍ଯରେ ତୟାର ଅଛି।
