ଅଷ୍ଟିନ୍ ନ୍ୟୁଜ୍/ମୟୂରଭଞ୍ଜ

ତା-୧୪-୦୭-୨୦୨୧
ଉଦଳା-ଜଗବନ୍ଧୁ ପ୍ରଧାନ
ପୋଖରୀରେ ଗାଧେଇବା ବେଳେ ମୋହରରଳଙ୍କ ମୃତ୍ୟୁ ଆଜି ସକାଳୁ ଉଦଳା କଲେଜ ପାଖ ମାଉସୀମା ମନ୍ଦିର ପାଖ ପୋଖରୀରେ ଗାଧୋଇବା ସମୟରେ ଉଦଳା କଚେରୀର କାର୍ଯ୍ୟରତ ମୋହରରଳଙ୍କ ମୃତ୍ୟୁ ହୋଇ ଅଛି।
ଘଟଣାରୁ ଜଣାପଡିଛି ଯେ,ମୋହରରଳ ଚାନ୍ଦରାୟ ଟୁଡୁ ସବୁଦିନ ପରି ସେ ସେହି ପୋଖରୀକୁ ଗାଧେଇବା ପାଇଁ ଯାଆନ୍ତି ।ଆଜି ମଧ୍ୟ ଯାଇଥିଲେ କିନ୍ତୁ ହଠାତ ପାଣିରେ ବୁଡ଼ି ଯାଇଥିଲେ । ଏହି ଘଟଣା ପୋଖରୀ ତୁଠରେ ଥିବା ମହିଳା ଜଣକ ଦେଖି ଥିଲେ ।ବହୁତ ସମୟ ପର୍ଯ୍ୟନ୍ତ ସେ ପାଣିରୁ ନବାହାରିବାରୁ ସେଠାରେ ଥିବା ଲୋକଙ୍କୁ ଖବର ଦେଇଥିଲେ ।
ଏହି ଖବର ଉଦଳା ଅଗ୍ନି ଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପାଣିରୁ ତାଙ୍କର ଶବ ବାହାର କରି ଉଦଳା ଡାକ୍ତରଖାନାକୁ ନେଇ ଥିଲେ ।ଚାନ୍ଦରାୟ ଟୁଡୁଙ୍କ ଘର କଲେଜ ପାଖ ଟଣକା ସାହିରେ ଅଟେ । ଶବ ବ୍ୟବଚ୍ଛେଦ ପରେ ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
