News portal website
before header
[URIS id=5393]

ଭତ୍ତା ଟଙ୍କା ଭୂତ ନେବା ଘଟଣାରେ ପିଇଓ ସସପେଣ୍ଡ।

0 479

ଅଷ୍ଟିନ୍ ନ୍ୟୁଜ୍/ବଡଚଣା

Notice

ତା-୧୩-୦୭-୨୦୨୧

ଭୁତ ଓ ଡବଲ ଭତ୍ତା ହଡପ ଘଟଣାର ଆରମ୍ଭ ହୋଇଥିଲା ଅଡିଟ୍। ଆମେ କହୁଛୁ ବଡଚଣାରେ ଭତ୍ତା ଟଙ୍କା ହଡପ ଘଟଣା କଥା, କିଛିଦିନ ତଳେ ଅଷ୍ଟିନ୍ ନ୍ୟୁଜ୍ରେ ଏନେଇ ଖବର କରାଯାଇଥିଲା। ଯାହାର ତଦନ୍ତ ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଏକ ଟିମ ଆସି ଗୋପାଳପୁର ପଞ୍ଚାୟତରେ ଅଡିଟ୍ ଆରମ୍ଭ କରିଥିଲେ।ଅଡିଟ୍ ସମୟରେ ଗୋପାଳପୁର ସରପଞ୍ଚ ଶରତ କୁମାର ସାମଲ ଉପସ୍ଥିତ ଥିବା ବେଳେ ପଞ୍ଚାୟତ ପିଇଓ ରମାକାନ୍ତ ତ୍ରୀପାଠୀ ମଧ୍ଯ ଥିଲେ।

ତେବେ ଭତ୍ତା ଟଙ୍କା ଭୂତ ଖାଇବା,ସଧବା ବିଧବା ଭତ୍ତା ନବା ଘଟଣା ପ୍ରମାଣିତ ହେବା ଏବଂ ଅନେକ ଯୋଗ୍ୟ ହୀତାଧୀକାରୀ ବାଦ ପଡିବା।ଏ ସବୁ ରାକେଟର କାର୍ପଟଦାର ପିଇଓ ରମାକାନ୍ତ ତ୍ରୀପାଠୀଙ୍କୁ ଆଜି ସସପେଣ୍ଡ କରାଯାଇଛି। ସରକାରୀ ଚାକିରୀ ଅବମାନନା କରିବା ନିୟମ ଅନୁଯାୟୀ ସସପେଣ୍ଡ କରିଯିବା ସହ ଶତକଡା ୫୦ ଭାଗ ଦରମାରେ ଜିଲ୍ଲା ପଞ୍ଚାୟତ ରାଜ କାର୍ଯ୍ଯାଳୟରେ ନିଯୁକ୍ତ କରାଯାଇଛି।

ବଡଚଣା ବିଜେପି ନେତା ଅମର ନାୟକଙ୍କ ନେତୃତ୍ବରେ ବିଜେପି କର୍ମୀ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଭୁତ୍ତ ଟଙ୍କା ସମ୍ବନ୍ଧୀୟ ଏକ ଦାବିପତ୍ର ଦେଇଥିଲେ। ଅଡିଟ ସମୟରେ ବିଜେପି କର୍ମୀ ମଧ୍ଯ ଉପସ୍ଥିତ ଥିଲେ। ହେଲେ ଯେଉଁ ୬୯ ଜଣଙ୍କ ନାମରେ ତଥ୍ଯ ଆସିଥିଲା, ସମସ୍ତ ହୀତାଧୀକାରୀଙ୍କ ରେକର୍ଡ,ପଞ୍ଚାୟତ କିମ୍ବା ସରପଞ୍ଚ ଦେଖାଇ ପାରି ନ ଥିଲେ। ପରବର୍ତ୍ତୀ ସମୟରେ ବ୍ଲକରୁ ସମ୍ପୂର୍ଣ୍ଣ ଅଡିଟ୍ ପରେ। ଆଜି ଏ ନିର୍ଦ୍ଦେଶ ନାମା ଜାରି ହୋଇଛି।

ଯାଜପୁରରୁ ଅଜୟ ଅନୁରାଗ ମହାନ୍ତି ଙ୍କ ରିପୋର୍ଟ ଅଷ୍ଟିନ୍ ନ୍ୟୁଜ୍।

Leave A Reply

Your email address will not be published.