ଜାତୀୟ ପକ୍ଷୀ ମୟୂର ଚିକିତ୍ସା ପାଇଁ ନିଜେ ଗଲା ଚିକିତ୍ସାଳୟ ।

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ
ରିପୋର୍ଟ- ଜଗବନ୍ଧୁ ପ୍ରଧାନ
ତା-୧୩-୦୭-୨୦୨୧
ଆଜି ସକାଳ ସମୟରେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟି ଯାଇଛି।ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟରେ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଏହି ସମୟରେ ଏକ ମୟୂର ହଠାତ ଛୋଟେଇ ଛୋଟେଇ ଆସି ଚିକିତ୍ସାଳୟ ଅଗଣାରେ ପହଞ୍ଚି ଥିଲା।ଏହା ଦେଖି ଉପଖଣ୍ଡ ପ୍ରାଣୀଧନ ଚିକିତ୍ସାଳୟରେ,ବ୍ଲକପ୍ରାଣୀ ଚିକିତ୍ସା ଅଧିକାରୀ ଶରତ କୁମାର ପାତ୍ର ଓ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଅଳକାନନ୍ଦ କର ଏବଂ କର୍ମଚାରୀ ମାନେ ମୟୂରଟିକୁ ଧରି ଚିକିତ୍ସା କରିଥିଲେ ।
ଜାତୀୟ ପକ୍ଷୀ ହୋଇଥିବାରୁ ଉଦଳା ବନବିଭାଗର ରେଞ୍ଜରଙ୍କୁ ଖବର ଦିଆଯାଇଥିଲା।ମୟୂରର ଚିକିତ୍ସା ଅବସ୍ଥାରେ ପହଞ୍ଚି ଥିଲେ ଏବଂ ଚିକିତ୍ସା ପରେ ରେଞ୍ଜର ମୟୂରଟିକୁ ତାଙ୍କର କାର୍ଯ୍ୟାଳୟକୁ ନେଇ ଯାଇଥିବା ସୂଚନା ଆସୁଛି।ମୟୂରଟି ସମ୍ପୁର୍ଣ୍ଣ ଭଲ ହୋଇଗଲେ ତାକୁ ଜଙ୍ଗଲରେ ଛାଡି ଦିଆଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି । ମଣିଷ ରୋଗରୁ ଆରୋଗ୍ୟ ଲାଭ ପାଇଁ ଡାକ୍ତର ପାଖକୁ ଯାଏ ସେହିପରି ପଶୁପକ୍ଷୀ ଆରୋଗ୍ୟ ପାଇଁ ପଶୁ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ନିଆଯାଇ ଥାଏ ।
ବେଳେବେଳେ ପଶୁପକ୍ଷୀମାନେ ନିଜେ ନିଜର ଚିକିତ୍ସା ପାଇଁ ପଶୁ ଚିକିତ୍ସାଳୟରେ ପହଞ୍ଚି ଯାଆନ୍ତି । ଆଜିର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଅଛି ଯେ ,କଥା କହିପାରୁନଥିବା ମୟୂରଟି କିପରି ନିଜସ୍ୱ ଚିକିତ୍ସା ପାଇଁ ଆପେ ପଶୁ ଚିକିତ୍ସାଳୟରେ ଉପସ୍ଥିତ ହେଲା ।ମୟୁରଟୀ ଶୀଘ୍ର ଆରୋଗ୍ୟ ହେଉ, ଉପସ୍ଥିତ ଲୋକମାନେ କହୁଥିବାର ଦେଖିବାକୁ ମିଳିଛି ।

