News portal website
before header
[URIS id=5393]

ପାହାଡ ଗୁମ୍ଫାରୁ ମିଳିଲା ହାତଗୋଡ଼ ବନ୍ଧା ଶବ ।

0 483

ଅଷ୍ଟିନ ନ୍ୟୁଜ୍/ମୟୂରଭଞ୍ଜ

Notice

ତା-୧୧-୦୭-୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

ଶରତ ଥାନା ଅଧୀନରେ ପାହାଡ଼ର ପଥର ଖୋପରୁ ଏକ ଗଳିତ ଶବ ଉଦ୍ଧାର ହୋଇଛି। ଶବ୍ଦର ହାତଗୋଡ଼ ବାନ୍ଧି ପକାଯାଇଥିବାର ଦେଖିବାକୁ ମିଳିଥିଲା।କିଛି ପିଲାମାନେ ଗାଁ ର ଛେଳି ଜଙ୍ଗଲ ଭିତରକୁ ଚରାଇବା ପାଇଁ ନେଇଥିଲେ। ଜଙ୍ଗଲରେ ପଚା ଓ ଦୁର୍ଗନ୍ଧ ଆସୁଥିଲା।ଏକ ଲୋକର ହାତଗୋଡ଼ ବନ୍ଧା ଶବକୁ ଦେଖି ପିଲାମାନେ ଗାଁ ଲୋକଙ୍କୁ ଜଣାଇଥିଲେ ।

ଏଭଳି ଘଟଣା ଶରତ ଅଞ୍ଚଳରେ ଲାଦୁରା ସାହି ନିକଟରେ ଥିବା,ବାଲିଗୁଟୁ ପାହାଡର ଗୁମ୍ଫା ମଧ୍ୟରେ ଶବକୁ ଦେଖିବା ପରେ ଶରତ ପୋଲିସକୁ ଖବର ଦେଇଥିଲେ । ଶରତ ଥାନା ଆଇ. ଆଇ. ସି ନିରୋଜ କୁମାର ସାମଲ ଓ ପୋଲିସ ଆସି ଶବକୁ କାଢ଼ିବା ସହିତ ତଦନ୍ତ ଚଳାଇଛନ୍ତି । ଏହି ଘଟଣା ପାଇଁ ବାରିପଦାରୁ ସାଇଣ୍ଟିଫିସି ଟିମ ଆସି ତଦନ୍ତ କରୁଛି ।

ଶବଟି ଲୋକଙ୍କ ଦ୍ୱାରା ପଥର ଖୋଲରୁ ବାହାରିବା ପରେ ତାଙ୍କର ଝିଅ ମାମିନା ହେମ୍ବ୍ରମ ଓ ଜ୍ଵାଇ ବିର ସିଂ ଦେଖି ଚିହ୍ନଟ କରିଥିଲେ ଏବଂ ସେମାନେ କହିଥିଲେ ଦୀର୍ଘ ୫ ଦିନ ପୂର୍ବରୁ ତାଙ୍କର ବାପା ଘରେ ନଥିଲେ । ତାଙ୍କ ବାପାଙ୍କ ଦେହ ଓ ପିନ୍ଧିଥିବା ବସ୍ତ୍ର ଦେଖି ସେମାନେ ଚିହ୍ନଟ କରିଥିଲେ । ଘରୁ ନିଖୋଜ ହେବା ପରଠୁ ତାଙ୍କର ବାପାଙ୍କୁ ଖୋଜୁଛନ୍ତି । ପ୍ରାଥମିକ ତଦନ୍ତରୁ ଶବ ଚିହ୍ନଟ ହେବା ପରେ,ଆଗକୁ ପୋଲିସର ତଦନ୍ତ ଠିକ ଭାବେ ହେବା ସହିତ ତାଙ୍କୁ ମାରିବାର କାରଣ କଣ ଜଣାପଡିବ ।ଶରତ ଥାନାରେ କେଶ ନମ୍ବର ୪୮ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁଛି।

Leave A Reply

Your email address will not be published.