ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର

ତା-୧୧-୦୭-୨୦୨୧
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ “ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ” ଅନୁଷ୍ଠିତ ହୋଇଯାଇଛି।ପୁରାତନ ଭଜନ ମାଳା କାର୍ଯ୍ୟକ୍ରମ ଦିବଙ୍ଗତ ପ୍ରତିଷ୍ଠାତା, ସଭାପତି ଶ୍ରୀ ଗୋପୀନାଥ ମହାନ୍ତିଙ୍କ ସ୍ମୁତିରେ “ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ” ହୋଇଛି। ଏକ ପୁରାତନ ଭଜନ ପରିବେଷଣ କାର୍ଯ୍ୟକ୍ରମ,ଗୁଗଲ ମୀଟ ଜରିଆରେ କରାଯାଇଛି।ମହାପ୍ରଭୁଙ୍କ ପୁରାତନ ଭଜନ ପରିବେଷଣ କରିଥିବା ପ୍ରସିଦ୍ଧ ଗାୟକ ଓ ଗାୟିକାମାନଙ୍କୁ ମନେପକାଇବା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି କାର୍ଯ୍ୟକ୍ରମ କୁ ଧୀରେ ଧୀରେ ବଢ଼ାଇବାକୁ ଓ ସର୍ବଦା ପାରମ୍ପରିକ ଭଜନ ପରିବେଷଣ କରିବା କୁ ସମସ୍ତଙ୍କୁ ଉତ୍ସାହିତ କରିବା ପରିଷଦ ର ଲକ୍ଷ୍ୟ ଅଟେ, ଆଜିର କାର୍ଯ୍ୟକ୍ରମ ରେ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ପାଢ଼ୀ, ଡ ହରପ୍ର ସନ୍ ଦାସ ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ଙ୍କ ତତ୍ୱାବଧନ ରେ କରାଯାଇଥିଲା, ମହାରାଷ୍ଟ୍ର ଓଡ଼ିଆ ଅନୁଷ୍ଠାନ ରୁ ଶ୍ରୀ ଭଗବାନ ପଣ୍ଡା ମହୋଦୟ ଏପରି କାର୍ଯ୍ୟକ୍ରମ କୁ ପ୍ରଶଂସା କରି ଆଗକୁ ଆହୁରି ବଢ଼ାଇବାକୁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ।
ଆଜିର କାର୍ଯ୍ୟକ୍ରମରେ ଉପଦେଷ୍ଟା ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମିଶ୍ର, ସମ୍ପାଦକ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ, ବାବାଜୀ ବିଶ୍ଵାଳ, ରାଧେଶ୍ୟାମ ଦନଶନ, ବି କେ ଦାନୀ, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ବଂଶୀଧର ନାୟକ, ତ୍ରିଲୋଚନ ନାୟକ, ସୁରେଶ ମିଶ୍ର, ଦାମୋଦର ସେନାପତି,ଆଶା ମୁକୁଲ ବାରିକ, ଅମରେନ୍ଦ୍ର ଜେନା, ସନ୍ଦୀପ ଆଚାର୍ଯ୍ୟ, ରାଜ କୁମାର ସୁତାର,ଦୁର୍ଗାଚରଣ ମିଶ୍ର, କିଶୋର ମହନ୍ତ, ମୃତ୍ୟୁଞ୍ଜୟ ପଣ୍ଡା,ବିନୋଦ ବିହାରି ବେହେରା, କାମେଶ୍ଵର୍ ରାଓ, ମନୋରଞ୍ଜନ ମହାନ୍ତି, ଗୌରାଙ୍ଗ ନାୟକ, ଶୁଭେନ୍ଦୁ ଦାସ, ଗୀତା ପଣ୍ଡା, ସଂଚିତା ମହାନ୍ତି ମଧୁସ୍ମିତା ବିଶ୍ଵାଳ, ବି ଏମ୍ ବୈଶାଳୀ, ପ୍ରତିମା ପଣ୍ଡା, ଅନାମିକା ସ୍ୱାଇଁ ପଟ୍ଟନାୟକ, ସୁମିତ୍ରା ତ୍ରିପାଠୀ, ମୀରା ପଣ୍ଡା, ସୌଦାମିନୀ ପଣ୍ଡା, ତନୁଶ୍ରି ଜେନା, ସ୍ୱର୍ଣଲତା ପାଣି, ଉଷା ମିଶ୍ର, ସରୋଜିନୀ ହାତୀ, ତେଜସ୍ଵନି ରଥ, ସରୋଜିନୀ ପରମ ଗୁରୁ, ଓ ବହୁ ସଂଖ୍ୟାରେ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ।
ପରିଷଦର ୧୫ଜଣ କଳାକାର ପୁରାତନ ଭଜନ ପରିବେଷଣ କରିଥିଲେ, ଭଜନ ପରିବେଷଣ ଅତି ସୁନ୍ଦର ହୋଇଥିଲା,ଡ. ହରପ୍ରସନ ଦାସ, କାର୍ଯ୍ୟକ୍ରମକୁ ପ୍ରଶଂସା କରି କଳାକାରଙ୍କୁ ଉତ୍ସାହିତ କରିଥିଲେ, ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ପାଢ଼ୀ କଳାକାର ମାନଙ୍କ ପ୍ରଶଂସା କରିବା ସହ ଏକ ପୁରାତନ ଭଜନ ଗାୟିଥିଲେ, ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓଡ଼ିଶା ଭୁବନେଶ୍ୱର।
