ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୯-୦୭-୨୦୨୧
ରାଜ୍ୟ ବନ ଉତ୍ସବ ପାଳିତ ବେଳେ ଉଦଳା କଲେଜ ପରିସରରେ ବୃକ୍ଷ କଟା ଯାଇଥିଲା। ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟସାରା ବିଭିନ୍ନ ଅନୁଷ୍ଠାନ , ସରକାରୀ କାର୍ଯ୍ୟାଳୟ ପରିସରରେ , ବେସରକାରୀ ଅନୁଷ୍ଠାନ , ବନବିଭାଗ , ରାଜନେତା , ଯୁବ ସଂଗଠକ ଏପରି ଛୋଟ ଛୋଟ ପିଲାମାନେ ଏହି ସମୟରେ ବୃକ୍ଷ ରୋପଣ ସହିତ ବିଭିନ୍ନ ସେମିନାର ମାନ କରାଯାଇଥାଏ ।

ଆଜି ଉଦଳା କଲେଜ ପରିସରରେ ଏକ ପୁରାତନ ଆମ୍ବଗଛ କାଟିବା ଫଳରେ ସାଧାରଣରେ ଅସନ୍ତୋଷ ଦେଖାଯାଇଥିଲା । ଏହି ଗଛ ମୂଳରେ ଥିବା ପିଣ୍ଡିରେ କଲେଜକୁ ଆସୁଥିବା ପିଲାଙ୍କ ଅଭିଭାବକ , ପିଲାମାନେ ଓ ଆତଯାତ କରୁଥିବା ଲୋକଙ୍କ ପାଇଁ ଛାଇ ଦେଉଥିଲା । ଅନେକ ଲୋକମାନେ ତାହାରି ଛାଇରେ ଆସି ବସନ୍ତି ।

ଏହାରି ଭିତରେ ଅନେକ କାଳବୈଶାଖି , ଅଦିନିଆ ଝଡ , ବଡ଼ବଡ଼ ଲଘୁଚାପ ରେ ଗଛଟି ଗଡି ନଥିଲା କି ତାର କୌଣସି ଶାଖା ଡାଳ ମଧ୍ୟ ନଷ୍ଟ ହୋଇ ନାହିଁ । ଆଜି ସକାଳୁ ଏହି ବୃକ୍ଷ କାଟିବା ଫଳରେ ବହୁତ ଗଣମାଧ୍ୟମ ପ୍ରତିନିଧିମାନେ ଏହାକୁ ରୋକି ଥିଲେ । ଏକଥା ଉଦଳା ରେଞ୍ଜର ଶୁଣିବା ମାତ୍ରେ ଉଦଳା କଲେଜ ପରିସରକୁ ଯାଇ ଅନୁଧ୍ୟାନ କରୁଥିବାର ଦେଖିବାକୁ ମିଳିଛି ।

ଏହି ଗଛକଟାକୁ ନେଇ ଉଦଳା କଲେଜର ଅଧ୍ୟକ୍ଷ ମହାଶୟଙ୍କୁ ପଚାରିବାରୁ ସେ କହିଥିଲେ ଗଛର ଡାଳ ବଢିବା ଫଳରେ ରସାୟନ ବିଭାଗ ଓ କଲେଜ ଛାତକୁ ନଷ୍ଟ କରୁଅଛି , ତେଣୁ ଏହି ଗଛ ଟିକୁ କାଟି ଦେଲୁ ଓ ଏସମ୍ପର୍କରେ ଉଦଳା କଲେଜ ପ୍ରଶାସନ ତରଫରୁ ଉଦଳା ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରାଇ ଅଛୁ ।

ଯଦି ଏପରି ଅଧ୍ୟକ୍ଷ ମହାଶୟ କରିଥାନ୍ତି ତାହେଲେ ବନବିଭାଗର ରେଞ୍ଜର କାହିଁକି ଗଛକଟା ସ୍ଥାନକୁ ଆସିଥାନ୍ତେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନ ଉତ୍ସବ ପାଳନ ପାଇଁ ବନ ଅଧିକାରୀ ମାନେ ବିଭିନ୍ନ ସଚେତନତା ଓ ବୃକ୍ଷକୁ ନେଇ କାର୍ଯ୍ୟକ୍ରମ ଚଳାଇ ଥିବା ବେଳେ ଏହି ସମୟରେ ବୃକ୍ଷ ରୋପଣ ନକରି ଗଛ କାଟିବା ପାଇଁ କିପରି ଅନୁମତି ଦେଲେ ନା ଅଧ୍ୟକ୍ଷ ନିଜେ ମନମୁଖି ଭାବେ ଗଛ କାଟିଲେ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ବିଭିନ୍ନ ପ୍ରଶ୍ନ ସୃଷ୍ଠି ହେଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
