ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୯-୦୭-୨୦୨୧
ଆକ୍ସନ ମୋଡରେ ଅଶ୍ୱିନୀ । ଆସୁଆସୁ ନେଲେ ବଡ଼ ନିଷ୍ପତି, ଏଣିକି ରେଳ ମନ୍ତ୍ରଳାୟରେ ହେବ ୧୮ ଘଣ୍ଟିଆ ଡ୍ୟୁଟି । ଏବେ ଆକ୍ସନ ମୋଡରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୍ । ଶପଥ ଗ୍ରହଣ ପରେ ଦାୟିତ୍ୱ ଗ୍ରହଣ କରିବା ପରେ ହିଁ ନେଇଛନ୍ତି ବଡ଼ ନିଷ୍ପତି । ଏଣିକି ରେଳ ମନ୍ତ୍ରଳାୟରେ ହେବ ୧୮ ଘଣ୍ଟିଆ ଡ୍ୟୁଟି ।ଦୁଇଟି ସିଫ୍ଟରେ ୧୮ ଘଣ୍ଟିଆ ଡ୍ୟୁଟି କରିବାକୁ ଜାରି ହୋଇଛି ନିର୍ଦ୍ଦେଶନାମା ।

ଦେଶର ସମସ୍ତ ରେଳ ଅଫିସ୍ ଓ ରେଳ ମନ୍ତ୍ରଳାୟରେ ଏହାକୁ ଖୁବ୍ ଶୀଘ୍ର ଲାଗୁ କରିବାକୁ ରେଳ ମନ୍ତ୍ରଳାୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।ସକାଳ ୭ ଟାରୁ ଦିନ ଅପରାହ୍ନ ୩ ଟା ଓ ଦିନ ୩ ଟାରୁ ରାତି ୧୨ ଟା ଯାଏଁ ଦୁଇଟି ସିଫ୍ଟରେ ହେବ ଡ୍ୟୁଟି ।
ଦେଶରେ ରେଳ ସେବା କୁ ଅଧିକ ସୁଗମ ଓ ସହଜରେ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ରେଳ ମନ୍ତ୍ରଳାୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ବୋଲି ଜଣାପଡିଛି ।ଅନ୍ୟପଟେ ଦେଶରେ ରେଳ ସେବାକୁ ଆଧିକ ବ୍ୟାପକ ଓ ପ୍ରସାରିତ କରିବାର ଆଭିମୁଖ୍ୟରେ ଆହୁରି ମଧ୍ୟ କିଛି ବଡ଼ ବଡ଼ ନିଷ୍ପତି ନେଇପାରନ୍ତି କେନ୍ଦ୍ରର ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୍ ବୋଲି ଚର୍ଚ୍ଚା ଜୋର ଧରିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
