News portal website
before header
[URIS id=5393]

ମୋଦିଙ୍କ ନୂଆ କ୍ଯାବିନେଟ

0 219

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୭-୦୬-୨୦୨୧

ଶପଥ ନେଲେ ମୋଦୀ କ୍ୟାବିନେଟ୍‌ର ୪୩ ମନ୍ତ୍ରୀ, ୧୫ ଜଣଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା , ୨୮ ହେଲେ ରାଷ୍ଟ୍ର ମନ୍ତ୍ରୀବଦଳିଲା କେନ୍ଦ୍ର କ୍ୟାବିନେଟର ଚେହେରା ନରେନ୍ଦ୍ର ମୋଦୀ । ସରକାରର ଦ୍ଵିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି। ଆଜି ସନ୍ଧ୍ୟା ୬ଟାରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ୧୫ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ୨୮ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ ପଦ ମିଳିଛି।

ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ସ୍ଵତନ୍ତ୍ର ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡକ ଓ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ, ସିଡିଏସ ବିପିନ କୁମାର ରାଓ୍ଵତଙ୍କ ସହ ଅନେକ ବରିଷ୍ଠ ମନ୍ତ୍ରୀ ଓ ନେତା ଉପସ୍ଥିତ ଥିଲେ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

କ୍ୟାବିନେଟ୍ ମନ୍ତ୍ରୀ :୧୫ ଜଣଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା ମିଳିଛି । ପ୍ରଥମେ କ୍ୟାବିନେଟ୍ ପାହ୍ୟା ମିଳିଥିବା ମନ୍ତ୍ରୀ ଶପଥ ନେଇଛନ୍ତି। କ୍ୟାବିନେଟ୍ ମନ୍ତ୍ରୀ ଭାବେ ନାରାୟଣ ଟାଟୁ ରାଣେ, ସର୍ବାନନ୍ଦ ସୋନୋଓ୍ଵାଲ, ଡ. ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ଵିନ ବୈଷ୍ଣବ, ପଶୁପତି କୁମାର ପାର, କିରେନ ରିଜିଜୁ, ରାଜ କୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ପାଣ୍ଡଭିୟ, ଭୁପେନ୍ଦ୍ର ଯାଦବ ଶପଥ ନେଇଛନ୍ତି।

ରାଷ୍ଟ୍ର ମନ୍ତ୍ରୀ: ୨୮ଜଣ ହେଲେ ରାଷ୍ଟ୍ର ମନ୍ତ୍ରୀ । ଏହା ପରେ ୨୮ ରାଷ୍ଟ୍ର ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଶପଥ ପାଠ କରାଇଛନ୍ତି। ଏଥିରେ ଅଛନ୍ତି ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ ସିଂହ ବଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରଣ୍ଡଲାଜେ, ଭାନୁପ୍ରତାପ ସିଂହ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ, ମିନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ, ଏ ନାରାୟଣ ସ୍ଵାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି.ଏଲ ବର୍ମା, ଅଜୟ କୁମାର, ଚୌହାନ ଦେବୁସିହ୍ନ, ଭଗଓ୍ଵନ୍ତ ଖୁବା, କପିଲ ମୋରେଶ୍ଵର ପାଟିଲ, ପ୍ରତୀମା ଭୌମିକ, ଡ. ସୁବାଷ ସରକାର, ଭଗଓ୍ଵତ କିଶନରାୟ କରାଡ, ରାଜକୁମାର ରଞ୍ଜନ ସିଂହ, ଭାରତୀ ପ୍ରବୀଣ ପାଓ୍ଵାର, ବିଶେଶ୍ଵର ଟୁଡୁ, ଶାନନ୍ତୁ ଠାକୁର, ମୁଞ୍ଜାପରା ମହେନ୍ଦ୍ରଭାଇ, ଜୋନ ବାର୍ଲା, ଏଲ ମୁରୁଗାନ ଓ ନିଶିଥ ପ୍ରମାଣିକ।

ପଦରୁ ବଂଚିତ ଏହି ସବୁ ମନ୍ତ୍ରୀ:କେନ୍ଦ୍ରର ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ୧୪ ମନ୍ତ୍ରୀଙ୍କୁ ଛୁଟି ଦିଆଯାଇଛି। ଏଥିରେ ଅଛନ୍ତି ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ରବିଶଙ୍କର ପ୍ରସାଦ। ପ୍ରକାଶ ଜାବଡେକର କେନ୍ଦ୍ର କ୍ୟାବିନେଟ୍‌ରେ ଜଙ୍ଗଲ ଓ ପରିବେଶ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ।

ସେହି ପରି ରବିଶଙ୍କର ପ୍ରସାଦ ଆଇନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଥିଲେ। ଏହି ପରି କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, କେନ୍ଦ୍ରୀୟ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା, ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ଦେବାଶ୍ରୀ ଚୌଧୁରୀ ଓ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହା ବ୍ୟତୀତ ଶିକ୍ଷା ରାଜ୍ୟ ମନ୍ତ୍ରୀ ସଂଜୟ ଧୌତ୍ରୋ, ଜଙ୍ଗଲ ଏବଂ ପର୍ଯ୍ୟାବରଣ ରାଜ୍ୟ ମନ୍ତ୍ରୀ ବାବୁଲ୍ ସୁପ୍ରିଓ, ରାୱ ସାହବ ଦାନବେ, ରତନ ଲାଲ୍ କାଟାରିଆ, ପ୍ରତାପ ଷଡ଼ଙ୍ଗୀ, ଦେବ ଶ୍ରୀ ବାନାର୍ଜୀ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ସାରିଛନ୍ତି। ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.