News portal website
before header
[URIS id=5393]

ଉଦଳା ବନଖଣ୍ଡରେ ରେଞ୍ଜର ଘର ଉଦଘାଟିତ।

0 313

ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ

Notice

ତା-୦୭-୦୭-୨୦୨୧

ଉଦଳା ବନବିଭାଗ ଅଫିସ ପରିସରରେ ରେଞ୍ଜରଙ୍କ ଗୃହ ଉଦଘାଟିତ ।ଉଦଳା ବନଖଣ୍ଡ ବିଭାଗ ଅଧିନରେ ବହୁତ ଜଙ୍ଗଲ ଅଛି ତତସହ ବହୁତ ବଡ ଏରିଆ ହୋଇ ଥିବାରୁ କର୍ମଚାରୀମାନଙ୍କ ପାଇଁ ବାସଗୃହର ଅଭାବ ଦେଖିବା ପାଇଁ ମିଳିଛି ।

ବର୍ତ୍ତମାନ ସରକାରଙ୍କ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥାକୁ ନେଇ କଡାକଡି କରାଯାଇଛି ଏପରିକି ଦିନରାତି ଜାଗ୍ରତ ରହିବା ପାଇଁ ସେମାନଙ୍କୁ ପଡିଥାଏ । ଯଦି ସେମାନଙ୍କ ସରକାରୀ ବାସଗୃହ ଗୁଡିକ ସେହି ପାଖାପାଖି ରହନ୍ତା ତାହେଲେ ସେମାନଙ୍କ ପାଇଁ ବିଶେଷ ଅସୁବିଧା ହୁଅନ୍ତା ନାହିଁ । ବନବିଭାଗ ତରଫରୁ ଚଢ଼ାଉ ଠିକ ରୁପେ ହୋଇ ପାରନ୍ତା । ଆଜି ବନୀକରଣର ଶେଷ ଦିବସ ଅବସରରେ ଉଦଳା ରେଞ୍ଜରଙ୍କ ଗୃହକୁ ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ବନ ବିଭାଗ ଅଧିକାରୀମାନେ ଏହାକୁ ଉଦଘାଟନ କରି ଅଛନ୍ତି ।

ଡିଏଫଓ ସନ୍ତୋଷ କୁମାର ଯୋଶୀ ,ଏ ଆରସିସିଏଫ – ଏମ ୟୋଗଜୟନନ୍ଦ ,ଏସଇଏଫ – ଦିଲ୍ଲିପ କୁମାର ବାରିକ ,ଉଦଳା ରେଞ୍ଜର ଅରୁଣ କୁମାର ବେହେରା ,ଉଦଳା ଫରେଷ୍ଟର ସଂଧ୍ୟାରାଣୀ ମହାନ୍ତ ,ଶୋଭାକର ସିଂ ,ସୌମ୍ୟସୁଚିତ୍ରା ମହାପାତ୍ର ଓ ବନବିଭାଗର ବହୁତ କର୍ମଚାରୀଙ୍କ ସମେତ ସବୁଜ ବାହିନୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.